Sat. Mar 7th, 2026

ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

319 Views

ପୁରୀ  : ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି।

ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍ ଜାରି ହୋଇଛି। ସେପଟେ ସମ୍ବିତ ପାତ୍ର କହିଛନ୍ତି ପୁରୀ ଜିଲ୍ଲାପାଳଙ୍କ ନୋଟିସ୍ ହସ୍ତଗତ ହୋଇନି। ନୋଟିସ୍ ପାଇଲେ ଏହାର ବିସ୍ତୃତ ଉତ୍ତର ରଖିବି ବୋଲି କହିଛନ୍ତି। ତାସହ କହିଛନ୍ତି ସମ୍ବିଧାନ ସର୍ବୋପରି, କୌଣସି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିନି। ମୁଁ ପ୍ରଥମ ଥର ପାଇଁ ଆସିଥିଲି, କୌଣସି ରାଜନୈତିକ ରାଲି କରିନାହିଁ ବୋଲି କହିଛନ୍ତି ସମ୍ବିତ ପାତ୍ର।

ଶ୍ରୀ ପାତ୍ର ପୁରୀ ଯିବା ସମୟରେ ଦଳୀୟ ପତକା ସହ ତାଙ୍କର ଅନେକ ସମର୍ଥକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଏବଂ ଶ୍ରୀ ପାତ୍ର ନିଜେ ପ୍ରଭୁ ଜଗନ୍ନାଥ ମୂର୍ତ୍ତି ଧରି ଏହି ଶୋଭାଯାତ୍ରାରେ ନିଜର ସମର୍ଥକମାନଙ୍କ ସହ ଯାଉଥିବା ପରିଲକ୍ଷିତ ହେଇଥିଲା । ଏହାର ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏବଂ ପ୍ରସାରିତ ହୋଇଥିଲେ ମଧ୍ୟ ସେ ଏହାକୁ ଅସ୍ୱିକାର କରିଛନ୍ତି ।

୧୯୭୪ ମସିହାରେ ଡ଼ିସେମ୍ବର ୧୩ତାରିଖରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପାତ୍ର ୨୦୦୨ ମସିହାରେ କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ଏମ୍ ବି ବି ଏସ୍ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରୁ ୧୯୯୭ ମସିହାରେ ଶୌଲ୍ୟଶସ୍ତ୍ରରେ ଉପାଧ୍ୱତ୍ତୋର ଡ଼ିଗ୍ରି ହାସଲ କରିଥିଲେ । ୨୦୦୩ ମସିହାରେ ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନଙ୍କ ଦ୍ୱାରା କରାଯାଇଥିବା ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଦୀଲ୍ଲିର ମାଲିକାଗଞ୍ଜ ସ୍ଥିତ ହୀନ୍ଦୁ ରାଓ ହସ୍ପିଟାଲରେ ଶଲ୍ୟବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ।

ରାଜନୀତିରେ ତାଙ୍କର ବିଶେଷ ରୁଚି ଥିବାରୁ ୨୦୧୨ମସିହାରେ ଦୀଲ୍ଲି ସ୍ଥିତ କାଶ୍ମୀର ଗେଟ୍ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ମୁନିସିପାଲ୍ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ଚାକିରୀରୁ ଇସ୍ତଫା ଦେଇଥିଲେ । ମାତ୍ର ସେ ନିର୍ବାଚନରେ ପରାଜିତ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦିଲ୍ଲୀରେ ସେ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୭ ମସିହାରେ ବିଜେପି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ତାଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଥିଲା । କେବଳ ଏତିକି ନୁହେଁ ଶ୍ରୀ ପାତ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ବାର୍ଷିକ ୩ଲକ୍ଷ ୫୦ ହଜାର ଟଙ୍କା ବେତନରେ ନିଯୁକ୍ତି ପାଇଥିଲେ । ଯେଉଁଥିପାଇଁ ତାଙ୍କୁ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା ।

By amfnews

Related Post