Sat. Mar 7th, 2026

ସମ୍ବଲପୁର ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କଲା ପୁଲିସ୍

200 Views

ସମ୍ବଲପୁର : ସମ୍ବଲପୁର ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଛି। ତା’ସହିତ ମାମଲାର ତଦନ୍ତ ଦାୟିତ୍ୱ ଜଣେ ମହିଳା ଡିଏସ୍‌ପିଙ୍କୁ ଦିଆଯାଇଛି। ୨୦ ଦିନ ଭିତରେ ଏହାର ଚାର୍ଜସିଟ୍ ଦାଖଲ କରାଯିବ। ଆଜି ସମ୍ବଲପୁର ଏସ୍‌ପି କନଓ୍ୱର ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ଏହି ଘଟଣାରେ ଅଟକ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।”

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅଞ୍ଚରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଥିଲା। ପୁଲିସ୍‌ ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

By amfnews

Related Post