Sun. Nov 24th, 2024

ସମ୍ବଲପୁରରେ ହାଇକୋର୍ଟ ପ୍ରସଙ୍ଗ : ଉତ୍ତର ରଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ

By amfnews Jul 25, 2019 #Featured
64 Views

ସମ୍ବଲପୁର :  ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଲୋକସଭାରେ ଉଠିଛି । ଏ ସଂକ୍ରାନ୍ତରେ ସମ୍ବଲପୁର ସାଂସଦ ନିତୀଶ ଗଙ୍ଗଦେବଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ସାଂସଦଙ୍କୁ ଏନେଇ ଚିଠି କରି ଉତ୍ତର ଦେଇଛନ୍ତି ଆଇନମନ୍ତ୍ରୀ ।

ଆଇନମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି,  ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ସେ ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏନେଇ କମିଟି ମଧ୍ୟ ଗଠିତ ହୋଇଥିଲା ।

ତେବେ ଓଡ଼ିଶା ସରକାର ଓ ହାଇକୋର୍ଟ ନିଜ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିନାହାନ୍ତି । ଏହାପରେ ହିଁ ପରବର୍ତ୍ତୀ କାର୍ଯ୍ୟପନ୍ଥା କେନ୍ଦ୍ର ସରକାର ଗ୍ରହଣ କରିପାରିବେ ବୋଲି ଚିଠିରେ ଦର୍ଶାଇଛନ୍ତି ଆଇନମନ୍ତ୍ରୀ । ଗତ ମାସ ୨୫ ତାରିଖରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ ଏନେଇ ଗୃହରେ ପ୍ରଶ୍ନ କରିଥିଲେ ।

By amfnews

Related Post