Fri. Mar 6th, 2026

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଆଜି ସମ୍ପନ୍ନ ହେବ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର

417 Views

ନୂଆଦିଲ୍ଲୀ, ସେପ୍ଟେମ୍ୱର ୧ : ଗତକାଲି ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ପ୍ରାଣ ହରାଇଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହେବ । ସୋମବାର, ଦିନ 84 ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦୀର୍ଘ ଦିନର ଅସୁସ୍ଥତା ପରେ ଡାକ୍ତରଖାନାରେ ପରଲୋକ ଘଟିଥିଲା । ଅସୁସ୍ଥତା କାରଣରୁ ପ୍ରଣବ ମୁଖାର୍ଜୀଙ୍କୁ 10 ଅଗଷ୍ଟରେ ଦିଲ୍ଲୀର ଏକ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଦୀର୍ଘ ସମୟ ଧରି ଗଭୀର କୋମାରେ ରହିଥିଲେ । ସୋମବାର ଡାକ୍ତରଖାନା ଦ୍ୱାରା ପ୍ରକାଶିତ ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଥିଲା ଯେ ସେ ଗଭୀର କୋମାରେ ଅଛନ୍ତି ଏବଂ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ହେଲେ ସନ୍ଧ୍ୟା ବେଳକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କ ଦେହାନ୍ତ ହୋଇଥିବା ନେଇ ଖବର ଆସିଥିଲା । ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗତକାଲି ଟ୍ୱିଟ୍ କରି ତାଙ୍କ ମୃତ୍ୟୁ ବିଷୟରେ ପ୍ରଥମେ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ତାଙ୍କ ପାର୍ଥୀବ ଶରୀରକୁ ରାଜଧାନୀ ଦିଲ୍ଲୀର 10 ରାଜଜୀ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନରେ ରଖାଯିବ, ଏଠାରେ ଜନସାଧାରଣ ତାଙ୍କର ଶେଷ ଦର୍ଶନର ସୁଯୋଗ ପାଇପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୁଷ୍ପମାଲ୍ୟ ଅର୍ପଣ ସକାଳ 9:15 ରୁ ଆରମ୍ଭ ହୋଇ ଦିନ 12 ଟାରେ ଶେଷ ହେବ । କୋଭିଡ -19 କାରଣରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଗାଡିରେ ନିଆଯିବ।

ସରକାରୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ 9:15 ରୁ 10:15 ପୂର୍ବାହ୍ନ ସମୟ ନିର୍ଦ୍ଧାର୍ଯ୍ୟ କରାଯାଇଥିବା ବେଳେ | ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ସକାଳ 10:15 ରୁ 11 ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି | ସାଧାରଣ ଲୋକଙ୍କ ପାଇଁ ସକାଳ 11:00 ରୁ 12:00 ପର୍ଯ୍ୟନ୍ତ ସମୟ ରଖାଯାଇଛି |

By amfnews

Related Post