Fri. Jan 24th, 2025

ସମୃଦ୍ଧି ପକ୍ଷରୁ ଶିଶୁମାନଙ୍କୁ ପାଠ୍ୟୋପକରଣ ବଣ୍ଟନ

rklsanchar@gmail.com' By J.N. Pradhan Aug 20, 2018 #Featured
192 Views

ରାଉରକେଲା, ୨୦ା୮: ସମଗ୍ର ଦେଶରେ କିଏ କେଉଁ ଢଙ୍ଗରେ ଆନନ୍ଦ ଉଲ୍ଲାସ ସହିତ ୭୨ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ରାଉରକେଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଙ୍ଗଠନ ସମୃଦ୍ଧି ସଦସ୍ୟମାନେ ସ୍ୱାଧୀନତାର ଅର୍ଥ ବୁଝୁନଥିବା ବସ୍ତି ଅଞ୍ଚଳର ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନଙ୍କ ସହ ଏ ଦିବସ ପାଳନ କରିଛନ୍ତି । ଗତ ୧୨ ଦିନ ଆର୍ଏମ୍ସି ଅନ୍ତର୍ଗତ ସିଭିଲ ଟାଉନସିପ୍ ସ୍ଥିତ ୱାର୍ଡ ୪ରେ ଥିବା ଅଙ୍ଗନୱାଡି କେନ୍ଦ୍ରଠାରେ ସମୃଦ୍ଧି ପକ୍ଷରୁ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ବାର୍ଲା ବରୁଆ ଉପସ୍ଥିତ ରହି ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ସ୍ୱାଧୀନତା ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମୃଦ୍ଧି ସଭାପତି ଗୌତମ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟୋପକରଣ ବଣ୍ଟନ କରାଯାଇଥିଲା । ଏଥିସହ ଶିଶୁମାନଙ୍କୁ କେକ ଦିଆଯାଇଥିଲା । ଅଙ୍ଗନୱାଡି କେନ୍ଦ୍ରକୁ ଏକ ଫ୍ୟାନ ସଙ୍ଗଠନ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।

ସଙ୍ଗଠନ ସଦସ୍ୟ ଜୟପ୍ରକାଶ ଶର୍ମା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କ ବ୍ୟବହାର ପାଇଁ କେନ୍ଦ୍ରର ଶ୍ରୀମତୀ ବରୁଆଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ବରୁଆ ଏଥିପାଇଁ ସଙ୍ଗଠନ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିଶ୍ୱଜିତ ସାହୁ, ଉପସଭାପତି ପ୍ରସନ୍ନଜିତ ଦାସ, କ୍ଷୀରୋଦ ଦାସ, ସୁଜିମ ଆଲମ, ଆଲୋକ କୁମାର, ରାଜେଶ ଶାହା, ସର୍ବଜିତ ମହାନ୍ତି, ପଙ୍କଜ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Post