Tue. Dec 24th, 2024

ସମାଜବାଦୀ ପାର୍ଟି-ବିଏସପି ମେଣ୍ଟ ଅତିକ୍ରମ କରିବାକୁ ବିଜେପିର ମାଷ୍ଟରପ୍ଲାନ

By amfnews Sep 29, 2018 #Featured
129 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବାକୁ ମାଷ୍ଟରପ୍ଲାନ କରୁଛି । ବର୍ଷ ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ ଲୋକସଭା ନିର୍ବାଚନରେ ଅଧିକ ଆସନରେ ଜିତିବାକୁ ଦେଶର ସର୍ବଶ୍ରେଷ୍ଠ ରାଜନୈତିକ ଦଳ ଯୋଜନା କରୁଛି । ଏଥି ସହିତ ବିଜେପି ଆଶା ରଖିଛି ଯେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟକୁ ଅତିକ୍ରମ କରିବ । ବର୍ତ୍ତମାନ ବିଜେପିର ଆଖି ଅନୁସୂଚିତ ଜାତି ଭୋଟରଙ୍କ ଉପରେ ରହିଛି । ଏହି ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ସମ୍ମିଳନୀ କରିବାକୁ ଯୋଜାନ ପ୍ରସ୍ତୁତ କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ୭ଟି ମୁଖ୍ୟ ଅନୁସୂଚିତ ଜାତିଙ୍କୁ ନିଜ ସପକ୍ଷରେ ଅଣାଯିବା ପାଇଁ ଲକ୍ଷ୍ୟ ରଖିଛି ।

ଅନୁସୂଚତି ଜାତିର ଲୋକଙ୍କୁ ଏକାଠି କରିବା ପାଇଁ ବିଜେପି ନେତୃତ୍ୱରେ ରାମଶଙ୍କର କଠେରିଆ, ଲାଲ ଜୀ ନିର୍ମଳ, କାନ୍ତା କଦମ, ରାମ ଶକଳ ଶାକ୍ୟ ଭଳି ନେତା କାମ କରୁଛନ୍ତି । ଏହା ପୂର୍ବରୁ ବିଜେପି ସେପ୍ଟେମ୍ବର ୪ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ଓବିସି ସମ୍ମିଳନୀର ଆୟୋଜନ କରିଥିଲା । ଏହି ସମ୍ମିଳନୀ ମାଧ୍ୟମରେ ଲୋକଙ୍କୁ ନିଜର ସପକ୍ଷରେ ଆଣିବାକୁ ଉଦ୍ୟମ କରିଛି ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିଙ୍କ ମେଣ୍ଟ ନେଇ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି, ବିଜେପି ଆଗରେ ମେଣ୍ଟର ଉଦ୍ୟମ ଫିକା ପଡିଯିବ । ଏପର୍ଯ୍ୟନ୍ତ ମେଣ୍ଟ ସ୍ପଷ୍ଟ ହୋଇନାହିଁ । ମେଣ୍ଟରେ କଂଗ୍ରେସ ଓ ରାଷ୍ଟ୍ରୀୟ ଲୋକଦଳକୁ ସ୍ଥାନ ମିିଳବ ନା ନାହିଁ ତାହା ଜଣାନାହିଁ ।

By amfnews

Related Post