Fri. Mar 6th, 2026

ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନଙ୍କ ପତ୍ନୀ ତଂଜିନ ଆଗରେ

329 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଉପନିର୍ବାଚନର ୧୧ଟି ଆସନରେ ଭୋଟ ଗଣନା ଜାରି ରହିଛି।ମିଳିଥିବା ଟ୍ରେଣ୍ଡର ସୂଚନା ଅନୁଯାୟୀ ଏଥିରେ ୭ଟି ଆସନରେ ବିଜେପି ଆଗରେ ରହିଛି। ଯେଉଁସବୁ ଆସନରେ ବିଜେପି ଆଗରେ ରହିଛି ସେଗୁଡ଼ିକ ହେଲା ଲକ୍ଷ୍ନୌର କୈଣ୍ଟ, ଅଲିଗଡର ଇଗଲାସ, ବହରାଇଚର ବଲହା, ପ୍ରତାପଗଡ, ଚିତ୍ରକୂଟର ମାଣିକପୁର, କାନପୁରର ଗୋବିନ୍ଦ ନଗରଏବଂ ଜୈଦପୁର ।

ଏବେକାର ଟ୍ରେଣ୍ଡ ଅନୁଯାୟୀ ରାମପୁରରେ ସାଂସଦ ଆଜମ ଖାନଙ୍କ ପତ୍ନୀ ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ତଂଜିନ ଫାତିମା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ସୂଚନାଯୋଗ୍ୟ, ରାମପୁର ନିର୍ବାଚନ ମଣ୍ଡଳୀରେ ୫୨ ପ୍ରତିଶତ ମୁସଲମାନ ବସବାସ କରନ୍ତି। ଠିକ୍ ସେହିପରି ବାରାବଙ୍କୀରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଗରେ ରହିଥିବାର ସୂଚନା ମିଳିଛି। ଅପର ପକ୍ଷରେ ଆମ୍ବେଦକରନଗରର ଜଲାଲପୁର ଆସନରୁ ସହାରନପୁର ଗଙ୍ଗୋହୀ ଆସନରୁ କଂଗ୍ରେସ ଆଗରେ ରହିଛି।

ବାରାବଙ୍କୀର ଜୈଦପୁର ଆସନରେ ୧୩ତମ ରାଉଣ୍ଡ ମତଗଣନା ସମ୍ପୂର୍ଣ୍ଣ ହୋଇଛି। ଏଥିରେ ସମାଜବାଦୀ ପାର୍ଟି ଆଗରେ ରହିଛି। ଏଠାରେ ସମାଜବାଦୀ ପାର୍ଟିକୁ ୪୭୫୪୮ ଭୋଟ ମିଳିଥିବା ବେଳେ ବିଜେପି ୪୦୦୫୯, କଂଗ୍ରେସ ୨୬୮୧୪ ଓ ବହୁଜନ ସମାଜ ପାର୍ଟିକୁ ୧୧୪୯୯ ଭୋଟ ମିଳିଥିବା ଜଣାଯାଇଛି।

By amfnews

Related Post