Sat. Mar 7th, 2026

ସମଲିଙ୍ଗୀ ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି ରାଜ କୁମାର ରାଓ

229 Views

ମୁମ୍ବାଇ: ଅଭିନେତା ରାଜ କୁମାର ରାଓ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଏକ ଲଡ୍‌କୀ କୋ ଦେଖା ତୋ ଐସା ଲଗା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ସମଲିଙ୍ଗୀ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଧାରିତ। ଏଥିରେ ସୋନମ୍‌ କପୁର ଜଣେ ଲେସବିଆନ୍‌ ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି।
ଏବେ ଅଭିନେତା ରାଜ କୁମାର ରାଓ କହିଛନ୍ତି ଯେ, ସେ ପୁଅମାନଙ୍କର ସମଲିଙ୍ଗୀ ସଂପର୍କକୁ ନେଇ କୌଣସି ଫିଲ୍ମରେ ଅଭିନୟ କରିବାକୁ ଚାହାଁନ୍ତି । ଯଦି ତାଙ୍କୁ ଅଭିନେତା ରଣବୀର ସିଂହଙ୍କ ସାଥ୍‌ ମିଳେ ଫିଲ୍ମରେ,ତେବେ ସେ ଖୁବ୍‌ ଖୁସି ହେବେ।

ହେଲେ ଆପଣ କ’ଣ ଜାଣନ୍ତି ଯେ ରଣବୀର ସିଂହ ଓ ରାଜ କୁମାର ରାଓ ଉଭୟେ ସମଲିଙ୍ଗୀ ସଂପର୍କକୁ ନେଇ ନିର୍ମିତ ଫିଲ୍ମରେ ଅଭିନୟ କରିଛନ୍ତି। ରାଜ କୁମାର ରାଓ ହଂସଲ ମେହେଟ୍ଟାଙ୍କ ଫିଲ୍ମ ନିର୍ମିତ ‘ଅଲିଗଡ଼’ରେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ମନୋଜ ବାଜପେୟୀ ଜଣେ ‘ଗେ’ଚରିତ୍ର ନିଭାଇଥିଲେ । ଅପରପକ୍ଷରେ ରଣବୀର ସିଂହ ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍‌’ ଫିଲ୍ମରେ ଜଣେ ସମଲିଙ୍ଗୀ ଭୂମିକାରେ ନଜର ଆସିଥିଲେ। ଦେଖାଯାଉ ରାଜ କୁମାର ରାଓଙ୍କର ଏହି ଇଚ୍ଛା କେବେ ପୂରଣ ହେଉଛି। ସତରେ ତାଙ୍କୁ ରଣବୀର ସିଂହଙ୍କ ସାଥ୍‌ ମିଳୁଛି କି ନା!

By amfnews

Related Post