Mon. Jun 16th, 2025

‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଜାମିନ୍

By amfnews Jul 6, 2019 #Featured
264 Views

ପାଟନା : ନିର୍ବାଚନ ପ୍ରଚାର ବେଳେ ‘ସବୁ ମୋଦି ଚୋର’ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ୍ ମିଳିଛି। ପାଟନା ସିଜିଏମ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର କରି ସାଂସଦ-ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟର  ବିଚାରପତି ରାହୁଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍। ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ। ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟଙ୍କ ସ୍ୱରକୁ ଚପାଇ ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ଲଢ଼େଇ ଜାରି ରହିବ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ ୧୩ ଏପ୍ରିଲରେ କର୍ଣ୍ଣାଟକାର କୋଲାର ଜିଲ୍ଲାରେ  ରାହୁଲ ଗାନ୍ଧି ପ୍ରଚାର କରୁଥିବା ବେଳେ ମୋଦି ସାଙ୍ଗିଆ ଥିବା ସମସ୍ତେ ‘ଚୋର’ ବୋଲି କହିଥିଲେ। ଏହାପରେ ସୁଶୀଲ ମୋଦି ଏପ୍ରିଲ ୧୮ରେ ପାଟନା ସିଜିଏମ୍ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ।

By amfnews

Related Post