Sat. Nov 23rd, 2024

ସବରୀମାଳା ବିବାଦ : ଆଜି ଖୋଲିବ ମନ୍ଦିରର ଦ୍ୱାର, ତୃପ୍ତି ଦେଶାଇଙ୍କୁ ବିମାନ ବନ୍ଦରରେ ଘେରିଲେ ପ୍ରଦର୍ଶନକାରୀ

By amfnews Nov 16, 2018 #Featured
79 Views

କୋଚୀ, ନଭେମ୍ବର ୧୬ : ସବରୀମାଳା ବିବାଦ ଥମିବାର ନାମ ନେଉ ନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତି ଆସିବା ପରେ ମନ୍ଦିରର କବାଟ ତୃତୀୟ ଥର ପାଇଁ ଖୋଲା ଯାଉଛି । ମନ୍ଦିରର କବାଟ ଆଜି ଠାରୁ ଦୁଇ ମାସ ପର୍ଯ୍ୟନ୍ତ ଖୋଲା ରହିବ । ଦୀର୍ଘ ଦିନ ଧରି ପ୍ରଚଳନ ହୋଇ ଆସୁଥିବା ପରାମ୍ପରା ବିରୁଦ୍ଧରେ ଯାଇ ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇ ଥିଲେ । ଏହି ନିଷ୍ପତିରେ ସବୁ ଆୟୁ ବର୍ଗର ମହିଳାମାନେ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି କୁହା ଯାଇଥିଲା । କିନ୍ତୁ ନ୍ୟାୟାଳୟର ନିଷ୍ପତି ପରେ କେତେକ ଭକ୍ତଙ୍କ ସହ ବହୁ ରାଜନୈତିକ ଦଳ ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସମସ୍ତ ଦଳଙ୍କର ଏକ ବୈଠକ ଡାକି ଥିଲେ କିନ୍ତୁ ବିଜେପି ଏବଂ କଂଗ୍ରେସ ଏହାକୁ ଡ୍ରାମାର ରୂପ ଦେଉଥିବା କାରଣରୁ ଏହି ବୈଠକ ସଫଳ ହୋଇ ପାରି ନଥିଲା ।

ତେବେ ପ୍ରଦର୍ଶନକାରୀଙ୍କୁ ବିରୋଧ କରି ସାମାଜିକ କାର୍ଯ୍ୟକର୍ତା ତୃପ୍ତି ଦେଶାଇ ମନ୍ଦିର ଦର୍ଶନ କରିବା ପାଇଁ କୋଚ୍ଚୀର ବିମାନ ବନ୍ଦରରେ ପହଁଚିଛନ୍ତି । ସେ କହିଛନ୍ତି କି, ଡିସେମ୍ବର ୧୭ରେ ଏକ ମହିଳା ସମୂହ ସହ ସେ ମନ୍ଦିର ଦର୍ଶନ ପାଇଁ ଯିବେ । ଏଥିପାଇଁ ସେ ପୁଲିସ ଠାରୁ ସୁରକ୍ଷା ମଧ୍ୟ ମାଗି ସାରିଛନ୍ତି । ଦେଶାଇ କହିଛନ୍ତି କି, ତାଙ୍କ ଉପରକୁ ଆକ୍ରମଣ ହେଲେ ସେ କେରଳର ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଦାୟୀ କରିବେ । ତେବେ ଆଜି ସକାଳେ ସେ ବିମାନ ବନ୍ଦରରୁ ବାହାରି ପାରି ନଥିଲେ କାରଣ ପ୍ରଦର୍ଶନକାରୀମାନେ ତାଙ୍କୁ ଘେରି ଥିଲେ ।

ଦେଶାଇଙ୍କ କହିବା ଅନୁଯାୟୀ, ବିରୋଧୀମାନଙ୍କୁ ହିଂସାର ମାର୍ଗ ଆପଣେଇବା ଅନୁଚିତ୍ । ସେ ମନ୍ଦିରରେ ପହଁଚିବା ପରେ ରାଜ୍ୟ ସରକାର ତାଙ୍କୁ କେଉଁଭଳି ଭାବରେ ସୁରକ୍ଷା ଦେଉଛନ୍ତି ତାହା ଜଣା ପଡିବ । ତାଙ୍କ ଉପରେ ଆକ୍ରମଣ ହୋଇ ପାରେ । ତାଙ୍କୁ ବହୁ ହତ୍ୟା ଧମକ ମଧ୍ୟ ମିଳି ସାରିଛି । ସେହି ସମୟରେ ଦେଶାଇଙ୍କ ଦର୍ଶନକୁ ନେଇ ବିଜେପି ନେତା ଏମଏନ ଗୋପୀ କହିଛନ୍ତି ଯେ, ସେମାନେ ତୃପ୍ତି ଦେଶାଇଙ୍କୁ କୌଣସି ସରକାରୀ ଗାଡି ସାହାଯ୍ୟରେ ବିମାନ ବନ୍ଦରରୁ ବାହାରକୁ ଆସିବାକୁ ଦେବେ ନାହିଁ । ଯଦି ସେ ଚାହୁଁଛନ୍ତି ତେବେ ସେ ନିଜ ବାହାନର ଉପେଯାଗ କରିବେ । କିନ୍ତୁ ତଥାପି ଯଦି ସେ ବିମାନ ବନ୍ଦରରୁ ବାହାରକୁ ବାହାରିବେ ତେବେ ତାଙ୍କୁ ରାସ୍ତା ସାରା ବିରୋଧର ସାମ୍ନା କରିବାକୁ ପଡିବ ।

By amfnews

Related Post