Wed. Dec 25th, 2024

ସଫଳ ଏନ୍ଜେସିଏସ୍, ପେନ୍ସନ, ସୁରକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଠିକା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ ଦଳମତ ନିର୍ବିଶେଷରେ ୨ ଦିନିଆ ଇସ୍ପାତ ଶିଳ୍ପରେ ଧର୍ମଘଟ ପାଇଁ ସିଆଇଟିୟୁର ଆହ୍ୱାନ

By amfnews Oct 15, 2018 #Featured
131 Views

ରାଉରକେଲା, ୧୪ା୧୦ : କଲିକତା ଠାରେ ଏସ୍ଡବ୍ଲ୍ୟୁଏଫ୍ଆଇର ଜରୁରୀ କର୍ମକର୍ତ୍ତା ବୈଠକ ସିଆଇଟିୟୁ ସାଧାରଣ ସମ୍ପାଦକ ତପନ ସେନଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏସ୍ଡବ୍ଲ୍ୟୁଏଫ୍ଆଇ ସାଧାରଣ ସମ୍ପାଦକ ପି.କେ. ଦାସ ଭିଲାଇର ଦୁଃଖଦ ଦୁର୍ଘଟଣାରେ ମୃତ ଶ୍ରମିକମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଫେଡେରେସନ ତରଫରୁ ଶୋକ ପ୍ରକାଶ କରିଥିଲେ । ଦୁର୍ଘଟଣା ପରେ ଏସ୍ଡବ୍ଲ୍ୟୁଏଫ୍ଆଇ ତରଫରୁ ଏଏସ୍ଜିର ଜି.ବାନାର୍ଜୀ, ଡିଏସ୍ପିର କାଳୀ ସାନ୍ୟାଲ, ଆର୍ଏସ୍ପିର ପି.ସି. ପ୍ରଧାନ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ହିସାବରେ ଭିଲାଇ ଯିବା, ସେଠାକାର ସିଆଇଟିୟୁ ନେତା ଏବଂ ସାଧାରଣ ଲୋକଙ୍କ ତଥ୍ୟ ଅନୁଯାୟୀ ରିପୋର୍ଟ ଉପରେ ଫେଡେରେସନରେ ବ୍ୟାପକ ଆଲୋଚନା କରାଯାଇଥିଲା । ସଭାପତି ତପନ ସେନ ଦୁର୍ଘଟଣା ପରେ ସେଲ୍ ମ୍ୟାନେଜମେଣ୍ଟ ସହ ଆଲୋଚନା କରିଥିଲେ ।

ଯଦିଓ ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଯେଉଁ ପରିବାର ତାର ପ୍ରିୟଜନଙ୍କୁ ହରାଇଲେ ତଥା କମ୍ପାନୀର ଯେଉଁ ବ୍ୟାପକ କ୍ଷତି ହେଲା ତାର ଉତ୍ତରଦାୟୀ କିଏ ହେବ? କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଶ୍ରମିକ ବିରୋଧି ନୀତି ଏବଂ କର୍ତ୍ତୃପକ୍ଷଙ୍କ ସରକାରଙ୍କ ନୀତି ଗ୍ରହଣ କରିବା ଦ୍ୱାରା ଏଭଳି ଘଟଣା ବାରମ୍ବାର ଘଟୁଛି । ଆଗାମୀ ଦିନରେ ଆହୁରି ଘଟିବ । କେନ୍ଦ୍ରେ ଏ ସରକାର ଆସିବା ପରେ ନା ଏନ୍ଜେସିଏସ୍ ଡାକୁଛନ୍ତି, ମଜୁରୀ ଚୁକ୍ତିନାମା କରୁଛନ୍ତି, ଉତ୍ପାଦନ ଓ ଉତ୍ପାଦକତା ତଥା ସୁରକ୍ଷା କମିଟି ବୈଠକ ଆଦୌ ବସୁ ନାହିଁ । ସିଆଇଟିୟୁ ଏବଂ ଅନ୍ୟମାନେ ଦାବି କରିବା ସତ୍ତେ୍ୱ ଦୀର୍ଘଦିନରୁ ପ୍ଲାଣ୍ଟମାନଙ୍କରେ ମଧ୍ୟ ସୁରକ୍ଷା କମିଟି ନାହିଁ ।

ତେଣୁ ଏହା ଉପରେ ସିଆଇଟିୟୁ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ତାଙ୍କ ବକ୍ତବ୍ୟରେ ସେଲ୍ର କ୍ଷତି ପରେ ଏବେ ଅପେରଟିଂ ପ୍ରଫିଟ୍ ହେବା ଅର୍ଥ ଶ୍ରମିକ, ଅଫିସର ତଥା ଠିକା ଶ୍ରମିକଙ୍କର ହିଁ ଅବଦାନ । କ୍ଷତି ପାଇଁ ସରକାରଙ୍କର ଭୁଲ୍ ଶିଳ୍ପ ନୀତି, କର୍ପୋରେଟ୍ ମାଲିକ ସପକ୍ଷବାଦ ନୀତି ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀର ନୀତି ହିଁ କ୍ଷତିର କାରଣ । ବ୍ୟାପକ ଠିକାକରଣ, ଏନ୍ଜେସିଏସ୍କୁ ଅଣଦେଖା କରିବା, ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ କେବଳ ଭିଲାଇରେ ନୁହେଁ ସମସ୍ତ କାରଖାନା ଓ ଶ୍ରମିକ ପାଇଁ ଭୟଙ୍କର ବିପଦ ଆଣଦେଇଛି । ଦୁର୍ବଳ ଶ୍ରମିକ ଆନ୍ଦୋଳନର ସୁଯୋଗରେ ଅପରେଟିଂ ପ୍ରଫିଟ୍ ସତ୍ତେ୍ୱ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦେୟ ମିଳୁନାହିଁ ।

ତେଣୁ ଶ୍ରମିକମାନଙ୍କୁ ବୃହତ୍ ଆନ୍ଦୋଳନ କରିବାକୁ ହେବ । ଗତ ବୋନସ୍ ପ୍ରଦାନରେ ଏହାର ପ୍ରଭାବ ଅନୁଭବ କରିଥିଲେ । ତଳସ୍ତରର ଶ୍ରମିକମାନଙ୍କର ଅସନ୍ତୋଷକୁ ଉପର ସ୍ତରରେ ପ୍ରଭାବିତ କରିବାକୁ ପଡିବ । ତେଣୁ ସଫଳ ଏନ୍ଜେସିଏ୍, ପେନ୍ସନ, ସୁରକ୍ଷା, ସ୍ୱାସ୍ଥ୍ୟସେବାରେ ବିକାଶ, ଠିକା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ଦାବିରେ ଇସ୍ପାତ ଶ୍ରମିକ ଓ ଠିକାଶ୍ରମିକ ୨ ଦିନିଆ ଧର୍ମଘଟକୁ ଦଳମତ ନିର୍ବିଶେଷରେ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ତୁରନ୍ତ ସମସ୍ତ ପ୍ଲାଣ୍ଟରେ ସିଆଇଟିୟୁ ନିଜସ୍ୱ ସୁରକ୍ଷା କମିଟି ଗଠନ, ଅନ୍ୟାନ୍ୟ ୟୁନିୟନ ତଥା ଶ୍ରମିକମାନଙ୍କ ସହ ଆଲୋଚନା କରି ଦୁର୍ବାର ଆନ୍ଦୋଳନକୁ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

କାରଖାନା ତଥା ଶ୍ରମିକଙ୍କ ସୁରକ୍ଷା ଓ ହକ୍ ପାଇଁ ଇସ୍ପାତ ଶ୍ରମିକଙ୍କୁ ଏକ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ନଭେମ୍ବର ୩୦ ସୁଦ୍ଧା କାର୍ଯ୍ୟକାରିଣୀ ବୈଠକ ବସି ଆନ୍ଦୋଳନ କାର୍ଯ୍ୟକ୍ରମ ନିଷ୍ପତ୍ତି ଗ୍ରହଣ କରାଯିବ । ସମସ୍ତ ପ୍ଲାଣ୍ଟ ଓ ଖଣିର ନେତୃତ୍ୱ ସହ ରାଉରକେଲା ଏସ୍ଡବ୍ଲ୍ୟୁଏଫ୍ଆଇ ସମ୍ପାଦକ ବସନ୍ତ ନାୟକ ଓ ବିମାନ ମାଇତି ଏହି ବୈଠକରେ ଅଂଶଗ୍ରହଣ କରିବେ ।

By amfnews

Related Post