Thu. Dec 26th, 2024

ସପ୍ତାହନ୍ତ ସଟଡାଉନ : ଫୋକସରେ ସଂକ୍ରମଣ ଉପରେ ରୋକ, ଚାଲିଛି ଜୋରଦାର ଚେକିଂ ଓ ବ୍ଲକିଂ

By amfnews May 1, 2021 #Featured
197 Views

ଭୁବନେଶ୍ୱର, 01।05 : ଲାଗିଛି ସଟଡାଉନ । କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟର ସବୁ ସହରଞ୍ଚଳକୁ ଫେରିଛି ସପ୍ତାହନ୍ତ ସଟଡାଉନ । ଗତ ସପ୍ତାହ ଭଳି ପୁଣି ଗତକଲି ଅର୍ଥାତ ଶୁକ୍ରବାର ରାତି 9ରୁ ନାଇଟ କର୍ଫ୍ୟୁ ସହ ଏହି କଟକଣା ଲାଗିଛି ।

ଶନିବାର ହେଉଛି ସଟଡାଉନର ପ୍ରଥମ ଦିନ । ଆଜି ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ଏହି କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ। କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ 5 ରୁ 6 ଟା ଏକ ଘଣ୍ଟା ପାଇଁ କଟକଣା କୋହଳ ହେବ । ତେବେ କଟକଣା ବେଳେ ତେବେ ଏହି ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ ।

 ଏତତ୍ ବ୍ୟତୀତ, ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ ରହିବ ।  ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ କଟକଣାରୁ ବାଦ ଦିଆଯାଇଛି ।ସେହିପରି ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଚାଲିବ ।ତେଜରାତି, ଆମିଷ ଓ କ୍ଷୀର ଦୋକାନ ଖୋଲା ରହିବ । ଆହୁରି ମଧ୍ୟ ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ଟାକ୍ସି ଗୁଡିକ ନେବା ଆଣିବା କରିପାରିବେ । 

By amfnews

Related Post