Sun. Mar 8th, 2026

ସନ୍ଦେହରେ ପୁଲିସ୍‌ ଅଟକାଇ ଧରିଲା : ୨ ବାଇକ୍‌ ଲୁଟେରା ଗିରଫ

313 Views

ଚୌଦ୍ବାର : ଅନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚୌଦ୍ବାର ଥାନା ପୁଲିସ। କମିସନରେଟ୍‌ ପୁଲିସରେ ଅଧିକ ସ˚ଖ୍ୟାରେ ବାଇକ୍‌ ଲୁଟ୍‌ କରିଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ତ ସମେତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଖୋର୍ଧା ବାଲିଅନ୍ତାରେ ରହୁଥିବା କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ବାବୁଲି ଓରଫ ପ୍ରଦୀପ ସାହୁ(୩୫) ଏବ˚ ସହଯୋଗୀ ଟାଙ୍ଗୀ ଥାନା ନରପଡ଼ାର ଇନମ ଖାଁ(୨୬)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୦ଟି ଚୋରା ବାଇକ୍‌ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ପୁଣି ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଚୌଦ୍ବାର ଥାନା ଏଏସ୍‌ଆଇ ସୁଧିର ସେନାପତି ଗତକାଲି ରାତି ପ୍ରାୟ ୧ଟା ବେଳେ ପାଟ୍ରୋଲି˚ କରୁଥିଲେ। ଗାନ୍ଧୀ ଛକରୁ ଓଟିଏମ୍‌ ଛକ ଆଡ଼କୁ ବୁଲେଟ୍‌ରେ ଜଣେ ବ୍ୟକ୍ତି ଦ୍ରୁତ ଗତିରେ ଯାଉଥିଲା। ପୁଲିସ ଟିମ୍‌ ତାକୁ ଅଟକାଇବାକୁ ଉଦ୍ୟମ କରିବାରୁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ପୁଲିସ ବୁଲେଟ୍‌ର ପିଛା କରି ଚାଳକକୁ କାବୁ କରିବା ପରେ ସେ ପ୍ରଦୀପ ସାହୁ ବୋଲି ଜଣାପଡ଼ିଥିଲା। ବୁଲେଟର କାଗଜପତ୍ର ଯାଞ୍ଚ କରାଯାଇଥିଲା। କିନ୍ତୁ ଠିକ୍‌ କାଗଜପତ୍ର ସେ ପୁଲିସକୁ ଦେଇପାରି ନଥିଲା। ପୁଲିସର ସନ୍ଦେହ ବଢ଼ିବାରୁ ପ୍ରଦୀପକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଭୁବନେଶ୍ବର ସହିଦନଗର ଅଞ୍ଚଳରୁ ଗତ ଏକ ମାସ ତଳେ ସେ ତାହାକୁ ଚୋରି କରିଥିବା ସ୍ବୀକାର କରିଥିଲା। ସହରରେ ବିଭିନ୍ନ ସମୟରେ ବାଇକ୍‌ ଚୋରି କରିବା ପରେ ସେ ତାହାକୁ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପୁଲିସ ଅଭିଯୁକ୍ତ ପ୍ରଦୀପ ଏବ˚ ସହଯୋଗୀ ଇନମ ଖାଁର ଘରେ ଚଢ଼ଉ ପରେ ୧୦ଟି ବାଇକ୍‌ ଜବତ କରିଥିଲା। ଅନ୍ୟପଟେ ଦୁଇ ଦୁର୍ବୃତ୍ତଙ୍କ ବିରୋଧରେ ପୂର୍ବରୁ ଅନ୍ୟ କେଉଁଠି ଅପରାଧିକ ମାମଲା ରହିଛି କି ନାହିଁ, ପୁଲିସ ‌ସେ ସଂପର୍କିତ ରେକର୍ଡ ଯାଞ୍ଚ କରୁଥିବା ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି।

By amfnews

Related Post