Thu. Jan 23rd, 2025

ସନ୍ତୋଷ ପାଣ୍ଡେ ହତ୍ୟାକାଣ୍ଡ: ଝାଡ଼ଖଣ୍ଡର ମନ୍ତ୍ରୀଙ୍କ ଭାଇଙ୍କ ସମେତ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ

By amfnews Jan 13, 2021 #Featured
230 Views

ରାଂଚୀ, ଜାନୁଆରୀ ୧୩ : ଝାଡ଼ଖଣ୍ଡର ବୋକାରୋରେ ୨୫ ବର୍ଷୀୟ ସନ୍ତୋଷ ପାଣ୍ଡେଙ୍କୁ ପିଟିପିଟି ହତ୍ୟା ମାମଲାରେ ଝାଡ଼ଖଣ୍ଡର ମନ୍ତ୍ରୀ ଜଗନ୍ନାଥ ମାହତୋଙ୍କ ଭାଇ ବୈଜନାଥ ମାହତୋଙ୍କ ସମେତ ୭ ଜଣ ଲୋକଙ୍କୁ ବୋକାରୋ ଜିଲ୍ଲାର ତେନୁଘାଟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୩ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ପତ୍ର ଅଭାବରୁ ଖୋଲାସ କରି ଦିଆଯାଇଛି । 

ତେନୁଘାଟ କୋର୍ଟର ଜିଲ୍ଲା ଜଜ (ପ୍ରଥମ ଶ୍ରେଣୀ) ରଂଜନ କୁମାରଙ୍କ ଅଦାଲତ ବୋକାରୋ ଜିଲ୍ଲାର ନାୱାଡିହ ଥାନା ଅଂଚଳରେ ୨୦୧୪ରେ ଚର୍ଚ୍ଚିତ ସନ୍ତୋଷ ପାଣ୍ଡେ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କ ଭାଇ ବୈଜନାଥ, ଗଣେଶ ଭାରତୀ, ନେମୀ ପୁରୀ, କୈଳାଶ ପୁରୀ, ଜିତେନ୍ଦ୍ର ପୁରୀ, ନୀରଜ ପୁରୀ ଏବଂ କୈବଲ୍ୟ ମାହତୋଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି । ତିନି ଅଭିଯୁକ୍ତ ସତ୍ୟେନ୍ଦ୍ର ଗିରି, ମେହଲାଲ ପୁରୀ ଓ ସୂରଜ ପୁରୀଙ୍କୁ ପ୍ରମାଣପତ୍ର ଅଭବାବରୁ ଛାଡ଼ି ଦିଆଯାଇଛି । 

ନାୱାଡିହ ଥାନା ଅଂଚଳର ଅଲାରୋଗ ଗାଓ ନିବାସୀ ସନ୍ତୋଷ ପାଣ୍ଡେଙ୍କ ହତ୍ୟା ୨୦୧୪ ମାର୍ଚ୍ଚ ୨୦ ତାରିଖରେ ହୋଇଥିଲା । ଏସଂପର୍କରେ ମୃତକଙ୍କ ଭାଇଙ୍କ ତରଫରୁ ଥାନାରେ ଏତଲା ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ହତ୍ୟାକାଣ୍ଡରେ ତତ୍କାଳୀନ ଡୁମରୀ ବିଧାୟକ ଜଗନ୍ନାଥ ମାହତୋ ନିଜ ଘର ସମ୍ମୁଖରେ ତଣ୍ଟିଚିପି ପିଟିବାକୁ ଆଦେଶ ଦେଇଥିଲା । ପରେ ପୁଣି ଜଣାପଡ଼ିଲା ଯେ, ବିଧାୟକଙ୍କ ଭାଇ ବୈଜନାଥ ମାହତୋଙ୍କ ନେତୃତ୍ୱରେ ତାଙ୍କର ଭାଇଙ୍କୁ ମାଡ଼ମରାଯାଇଥିଲା । ଗୁରୁତର ସନ୍ତୋଷଙ୍କ ଡିଭିସି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । 

ପ୍ରେମ ସଂପର୍କ ଯୋଗୁଁ ସନ୍ତୋଷଙ୍କୁ ମାଡ଼ ମରାଯାଇଥିଲା । ସେ ଏକ ଝିଅକୁ ଭଲ ପାଇ ଚେନ୍ନାଇ ନେଇଯାଇଥିଲା । ସନ୍ତୋଷ ଯେଉଁ ଝିଅକୁ ଭଲ ପାଉଥିଲା, ତାଙ୍କୁ ଟ୍ୟୁସନ ମଧ୍ୟ ପଢ଼ାଉଥିଲା । ଚେନ୍ନାଇରେ ଥିବା ଜାଣିପାରି ଗାଁ ଲୋକେ ସନ୍ତୋଷଙ୍କ ନିକଟକୁ ପହଂଚିଥିଲେ । ପରେ ଗାଁ ଲୋକେ ଉଭୟଙ୍କୁ ଚେନ୍ନାଇରୁ ନେଇ ଆସିଥିଲେ । ଟ୍ରେନରୁ ଓହ୍ଲାଇବା ପରେ ଝିଅକୁ ଜଣେ ସଂପର୍କୀୟଙ୍କ ଘରେ ଛାଡ଼ି ଦିଆଯାଇଥିଲା । ପରେ ସନ୍ତୋଷଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା । 

By amfnews

Related Post