Sat. Mar 7th, 2026

ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

318 Views

କଟକ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାଗସ୍ତରେ ଆସି କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆର୍‌ଏମ୍‌ସି ପଡିଆରେ କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତ୍ସିଂହପୁର ଜିଲ୍ଲାର ବିଜେପି ବୁଥ୍‌ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। କୁଳିଆ ସଭା ପୂର୍ବରୁ ଶ୍ରୀ ଶାହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ ବୁଲି ଦେଖିଥିଲେ।


ଶ୍ରୀ ଶାହଙ୍କ କୁଳିଆ ଗସ୍ତ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀ ଶାହଙ୍କ ଗସ୍ତ ପରିପ୍ରେକ୍ଷୀରେ ୨ଜଣ ଅତିରିକ୍ତ ଏସ୍‌ପି ୪ଡିଏସ୍‌ପି , ୧୦ ଜଣ ଇନ୍‌ସପେକ୍ଟର, ୨୫ ଜଣ ଏସ୍‌ଆଇ ଓ ୩୪ଜଣ ଏଏସ୍‌ଆଇଙ୍କୁ ସହିତ ମୋଟ୍‌ ୧୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

By amfnews

Related Post