Wed. Dec 25th, 2024

ସତର୍କ: ମୋମୋ ଗେମ୍ ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ ଅଭିଭାବକ, ଆଡଭାଇଜରୀ ଜାରୀ କଲା କ୍ରାଇମବ୍ରାଞ୍ଚ

By amfnews Sep 1, 2018
328 Views

ଭୁବନେଶ୍ୱର,୧ ସେପ୍ଟେମ୍ବର :

ବ୍ଲୁ ହ୍ୱେଲ୍ ଗେମ୍ ପରେ ବର୍ତ୍ତମାନ ‘ମୋମୋ ଗେମ୍’ ନେଇ ବିଶ୍ୱରେ ଆତଙ୍କ ଦେଖାଯାଇଛି। ରାଉରକେଲାର ଜଣେ ଇଞ୍ଜିନିୟର ଛାତ୍ର ଛଅ ମହଲାରୁ ଡେହିଁ ଆତ୍ମହତ୍ୟା କରିବା ପରେ ଏ ନେଇ ତତ୍ପରତା ପ୍ରକାଶ କରିଛି ଓଡ଼ିଶା ପୋଲିସ। ଏଥି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଶନିବାର ଆଡଭାଇଜରି ଜାରୀ କରାଯାଇଛି ।

ମୋମୋ ଗେମ୍ ଠାରୁ ପିଲାଙ୍କୁ ଦୂରରେ ରହିବା ପାଇଁ ଅଭିଭାବକଙ୍କୁ ସତର୍କ ରହିବାକୁ କ୍ରାଇମବ୍ରାଞ୍ଚ୍ ପରାମର୍ଶ ଦେଇଛି । ନିଜ ପିଲାଙ୍କ ଗତିବିଧି ଉପରେ ନଜର ରଖିବା ସହ ପିଲାଙ୍କ ଚାଲି ଚଳନ ଓ ଗତିବିଧିକୁ ଠିକରେ ଅନୁଧ୍ୟାନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।ସେହିପରି ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ଇମେଲ ପ୍ରଭୁତି ଚେକ୍ କରିବାକୁ ଉକ୍ତ ଆଡଭାଇଜରୀରେ କୁହାଯାଇଛି ।

ଏହା ବ୍ୟତୀତ କ୍ରାଇମବ୍ରାଞ୍ଚ କହିଛି, ଆପଣଙ୍କ ହ୍ୱାଟସ୍ଆପ୍ ନମ୍ବରକୁ ଅଜଣା ଲିଙ୍କ୍ ଆସିଲେ ତାହାକୁ ଡିଲିଟ୍ କରନ୍ତୁ। ଅଜଣା ନମ୍ବରରୁ ମେସେଜ ଆସିଲେ ପ୍ରତିଉତ୍ତର ଦିଅନ୍ତୁ ନାହିଁ । ଗେମ ଖେଳିବାକୁ ମେସେଜ ଆସିଥିବା ନମ୍ବରକୁ ବ୍ଲକ କରିଦେବାକୁ ଉକ୍ତ ଆଡଭାଇଜରୀରେ ପରାମର୍ଶ ଦିଆଯାଇଛି ।

 

By amfnews

Related Post