Sat. Dec 28th, 2024

ସଢି ଯିବ ପଛେ ପାକିସ୍ତାନକୁ ଟମାଟୋ ବିକିବୁ ନାହିଁ

By amfnews Feb 18, 2019 #Featured
214 Views

ଗ୍ୱାଲିଅର, ଫେବୃଆରୀ ୧୮ : ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଦେଶର ଲୋକମାନେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ । ସେଠାରେ କୃଷକମାନେ ଜୟ ଜବାନ ଜୟ କିସାନ ନାରା ଦେଇ ପାକିସ୍ତାନକୁ ଜବାବ ଦେଇଛନ୍ତି । ଜିଲ୍ଲାର କୃଷକମାନେ ନିଜ ଟମାଟୋକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଛନ୍ତି । ତେବେ ଏହା ଦ୍ୱାରା କୃଷକଙ୍କର ବହୁ ବଡ କ୍ଷତି ହୋଇଯାଇ ପାରେ । କିନ୍ତୁ ଦେଶ ଏହି କ୍ଷତି ଭରଣ କରିବା ପାଇଁ ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ, ଝାବୁଆ ଜିଲ୍ଲାରେ ପେଟଲାବେଦରେ ବହୁ ମାତ୍ରାରେ ଟମାଟ ରପ୍ତାନୀ କରାଯାଏ । ସେହି ଅଂଚଳର କୃଷକଙ୍କ ଆମଦାନୀ ତାଙ୍କ କ୍ଷେତି ଉପରେ ନିର୍ଭର କରେ । କିନ୍ତୁ ଏବେ କୃଷକମାନେ ନିଜ ଆମଦାନୀରୁ ଅଧିକ ଦେଶଭକ୍ତିକୁ ମହତ୍ୱ ଦେଇଛନ୍ତି । ସେମାନେ ପାକିସ୍ତାନକୁ ଟମାଟୋ ରପ୍ତାନୀ କରିବାକୁ ମନା କରି ଦେଇଛନ୍ତି । କୁହାଯାଉଛି କି, ସ୍ଥାନୀୟ ବଜାରରେ ଟମାଟୋ ବିକ୍ରୀ କଲେ ସେମାନଙ୍କୁ ୧୦ଟଙ୍କା ମିଳେ କିନ୍ତୁ ପାକିସ୍ତାନକୁ ରପ୍ତାନୀ କରିବା ଦ୍ୱାରା ସେମାନଙ୍କୁ କିଲୋ ପ୍ରତି ୪୦ ଟଙ୍କା ମିଳେ ।

ତେବେ ଗ୍ରାମର ସମସ୍ତ କୃଷକମାନେ କହିଛନ୍ତି କି, ସେ ଯେଉଁ ବି ଏଜେଂଟକୁ ନିଜର ଟମାଟୋ ବିକ୍ରୀ କରିବେ ସେମାନଙ୍କୁ ଅନୁରୋଧ କରିବେ କି ପାକିସ୍ତାନକୁ ଟମାଟୋ ନ ଦିଆଯାଉ । ସେମାନେ କ୍ଷତି ସହିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ପାକିସ୍ତାନକୁ ଟମାଟୋ ଦେବାକୁ ପ୍ରସ୍ତୁତ ନାହାଁନ୍ତି ।

By amfnews

Related Post