Mon. Mar 9th, 2026

ସଚିବାଳୟରେ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ : ପୁଲିସ୍ ସହ ଧସ୍ତାଧସ୍ତି

269 Views

ଭୁବନେଶ୍ବର , ଜାନୁଆରୀ ୧୮ : ଚାଷୀଙ୍କ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ସଚିବାଳୟ ଭିତରକୁ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ୍ ସହ ଆନ୍ଦୋଳନାକରୀଙ୍କ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ପରେ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ‌ଅପର ପକ୍ଷରେ ଅଗଣତାନ୍ତ୍ରିକ ଭାବେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶିବାଜୀ ମହାନ୍ତି ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବରୁ ମଣ୍ଡି ଅବ୍ୟବସ୍ଥାର ପ୍ରମାଣ ଦେଖାଇଲେ ରାଜନୀତି ଛାଡ଼ିବା କଥା କହିଥିଲେ ସମବାୟ ମନ୍ତ୍ରୀ। ମନ୍ତ୍ରୀଙ୍କ ଏହି ଆହ୍ବାନକୁ ସ୍ବୀକାର କରି ତଥ୍ୟ ପ୍ରମାଣ ସହ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନେ ସଚିବାଳୟ ଅଭିମୁଖେ ଯାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି‌େବ ବୋଲି ସିଧାସଳଖ ଅଭ୍ୟର୍ଥନା କକ୍ଷ ଯାଏ ଯାଇ ନାରାବାଜି କରିଥିଲେ। ସେଠାରେ ପୁଲିସ୍ ସେମାନଙ୍କୁ ହଟିବାକୁ କହିବାରୁ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ଯାଇ ପୁଲିସ୍ ନାକେଦମ୍ ହୋଇଥିଲା। କିଛି ସମୟ ପାଇଁ ସେଠାରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା।
କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ କହିଛନ୍ତି, ଚାଷୀମାନେ ନିୟମ ଅନୁଯାୟୀ ପାସ୍ ପାଇଁ ଅଭ୍ୟର୍ଥନା କକ୍ଷରେ ଠିଆ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଯିବାକୁ ପାସ୍ ମାଗୁଥିଲେ। କିନ୍ତୁ ପୁଲିସ୍ ସେମାନଙ୍କ ଉପରେ ଅଗଣତାନ୍ତ୍ରିକ ଉପାୟରେ ବଳ‌ପ୍ର‌ୟୋଗ କରିଥିଲା।

By amfnews

Related Post