Fri. Jan 24th, 2025

ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରସ୍ତୁତ, ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Oct 31, 2018 #Featured
232 Views

ଅହମ୍ମଦାବାଦ, ଅକ୍ଟେ।ବର୩୦: ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ମାନରେ ନିର୍ମିତ ତାଙ୍କର ୧୮୨ ଉଚ୍ଚତା ବିଶିଷ୍ଟ ବିଶାଳ ‘ଷ୍ଟାଚ୍ୟୁ ଅଫ ୟୁନିଟି’ର ଲୋକାର୍ପଣ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ଠୁ ଏହା ଦୁଇ ଗୁଣ ଉଚ୍ଚ।  ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋବର ଡ୍ୟାମ ପାଖରେ ସ୍ଥିତ ସାଧୁ ବେଟ ଟାପୁରେ ଏହାର ନିର୍ମାଣ କରାଯାଇଛି।

ଏକ ସରକାରୀ ବିଜ୍ଞପ୍ତି ମୁତାବକ ମୋଦୀଙ୍କ ଦ୍ଵାରା ଏହି ପ୍ରତିମୂର୍ତ୍ତିର ଅନାବରଣ ପରେ ବାୟୁସେନାର ତିନି ବିଭାଗ ଉଡ଼ାଣ ଭରିବେ ଏବଂ କମଳା, ଧଳା ଓ ସବୁଜ ରଙ୍ଗରେ ଆକାଶରେ ତ୍ରିରଙ୍ଗା ଆଙ୍କିବେ। ପଟେଲଙ୍କ ପ୍ରତିମୂର୍ତ୍ତି ପାଖରେ  ମୋଦୀ ‘ଓ୍ଵାଲ ଅଫ ୟୁନିଟି’ର  ମଧ୍ୟ ଉନ୍ମୋଚନ କରିବେ। ବିଜ୍ଞପ୍ତି ଅନୁସାରେ ସେହି ସମୟରେ ତିନୋଟି ଜାଗୁଆର ଲଢୁଆ ବିମାନ ବହୁତ ତଳେ ଦେଇ ଉଡାଣ ଭରି ଗତି କରିବେ।

ଅନାବରଣର ପୂର୍ବ ସନ୍ଧ୍ୟାରେ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ଯେ ଆଲି ଏକ ଐତିହାସିକ ଦିନ କାରଣ ଭାରତକୁ ଏକ କରିଥିବା  ସର୍ଦ୍ଦାର ପଟେଲଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ଦେଶକୁ ସମର୍ପିତ କରାଯିବ। ଏହା ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରଜେକ୍ଟ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହାର ପରିକଳ୍ପନା କରିଥିବା ମୋଦୀଙ୍କ ଏହି ସ୍ଵପ୍ନ ପୂରଣ ହେବାକୁ ଯାଉଛି।

‘ଓ୍ଵାଲ ଅଫ ୟୁନିଟି’ର ଉଦଘାଟନ ପରେ ମୋଦୀ ପଟେଲଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିବେ। ଅକ୍ଟୋବର ୩୧ ସର୍ଦ୍ଦାରଙ୍କ ଜୟନ୍ତୀ ମଧ୍ୟ। ଏହି ସମୟରେ ଦୁଇଟି ଏମଆଇ-୧୭ ହେଲିକପ୍ଟର ପ୍ରତିମୂର୍ତ୍ତି ଉପରେ ପୁଷ୍ପ ବର୍ଷା କରିବେ। ଏହି ଅବସରରେ ଗୁଜରାତ ପୋଲିସ, ସଶସ୍ତ୍ର ଅର୍ଦ୍ଧସୈନିକ ବଳର ବ୍ୟାଣ୍ଡ ସାଂସ୍କୃତିକ ଓ ସଙ୍ଗୀତ କାର୍ୟ୍ୟଏକ୍ରମ ପ୍ରସ୍ତୁତ କରିବେ। ଏହି ସମୟରେ ୨୯ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର କଳାକାର ନୃତ୍ୟ ପରିବେଷଣ କରିବେ।

ଦୈନିକ ୧୫ ହଜାର ଦର୍ଶକ ଆସିବା ନେଇ ଅନୁମାନ

୩୭୦୦ ଜଣ ଶ୍ରମିକ ଏବଂ ୨୫୦ ଜଣ ଇଂଜିନିୟର ଏହି ପ୍ରତିମା ନିର୍ମାଣରେ ଲାଗିଥିଲେ । ଏହାକୁ ଦେଖିବା ପାଇଁ ଦୈନିକ ୧୫ହଜାର ଦର୍ଶକ ଆସିବା ନେଇ ଅନୁମାନ କରାଯାଉଛି । ପ୍ରୋଜେକ୍ଟ ଆରମ୍ଭ ହେବା ପରେ ପ୍ରତିବର୍ଷ ୧୫ହଜାର ବ୍ୟକ୍ତିଙ୍କୁ ରୋଜଗାର ମିଳିବ । ଚାରି ବର୍ଷରେ ଏହି ପ୍ରତିମାର କାମ ସାମାପ୍ତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ହେଉଛି ଏକ ଡ୍ରିମ ପ୍ରୋଜେକ୍ଟ।  ଏହି ବିଶାଳ ପ୍ରତିମୂର୍ତ୍ତିର ଶିଳାନ୍ୟାସ ଦେଶର ଆଇରନ ମ୍ୟାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୩୮ ତମ ଜନ୍ମ ଜୟନ୍ତୀ  ଅବସରରେ ୨୦୧୩ ଅକ୍ଟୋବର ୩୧ରେ କରାଯାଇଥିଲା।

ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଥିଲେ।  ୩୦୦୦ କୋଟି ଟଙ୍କା ବ୍ୟୟରେ ପବ୍ଲିଲ ପ୍ରାଇଭେଟ୍ ପାର୍ଟନରସିପ୍(ପିପିପି) ମୋଡରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ କରାଯାଇଛି। ସର୍ଦ୍ଦାର ସରୋବର ନର୍ମଦା ନିଗମର ତତ୍ଵାବଧାନରେ  ଏଲ ଏଣ୍ଡ ଟି ଏହାର ନିର୍ମାଣ କରିଛି।

ଉଲ୍ଲେଖଯୋଗ୍ୟ ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶ ସ୍ଵାଧୀନତା ପରେ ଛୋଟ ଛୋଟ  ୫୬୨ଟି ରାଜ୍ୟକୁ ଏକତ୍ର କରି ୨୮ଟି ରାଜ୍ୟ ଗଠନରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ। ତାଙ୍କର ଏହି ଏକତାଭାବ ସମ୍ମାନର୍ଥେ ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ କରାଯାଇଛି। ଏହା ବିଶ୍ଵର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବାକୁ ଯାଉଛି।

ଏହାର ଦର୍ଶକ ଗ୍ୟାଲେରୀ ୫୦୦ ଫୁଟ୍ ଇଲାକାରେ ବିସ୍ତୀର୍ଣ୍ଣ ରହିଛି। ଏଠାରେ ଅଡିଓ ଭିଜୁଆଲ ଗ୍ୟାଲେରୀର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏଥିସହ ଲେଜର ଲାଇଟ୍, ସାଉଣ୍ଡ ସୋର ବ୍ୟବସ୍ଥା କରାଯିବା ସହ ଦର୍ଶକଙ୍କୁ ଆର୍କଷିତ କରିବା ଭଳି ବ୍ୟବସ୍ଥା ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ଵରେ କରାଯାଉଛି।

ମୂର୍ତ୍ତିର ବିଶେଷତ୍ଵ

ଉଲ୍ଲେଖଯୋଗ୍ୟ ଏହି ପ୍ରତୀମାର ଉଚ୍ଚତା ୧୮୨ ମିଟର, ଯାହା ଦୁନିଆର ସବୁଠୁ ଉଚ୍ଚ ପ୍ରତୀମା ଅଟେ।  ବର୍ତ୍ତମାନ ଦୁନିଆର ସବୁଠୁ ଉଚ୍ଚ ପ୍ରତୀମା ଚୀନର ବୁଦ୍ଧ ମୂର୍ତ୍ତି ଅଟେ। ଯାହାର ଉଚ୍ଚତା ୧୨୮ ମିଟର ରହିଛି।  ୨୦୧୩ରେ ସର୍ଦ୍ଦାର ପଟେଲ ପ୍ରତୀମା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା।  ଏଥିରେ ପ୍ରାୟ ୨୫୦୦ କର୍ମଚାରୀ କାମ କରିଛନ୍ତି। ଏହି ମୂର୍ତ୍ତି ନିର୍ମାଣରେ ପାଖାପାଖି ୨,୯୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

By amfnews

Related Post