Sat. Mar 7th, 2026

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଠାରେ ସିପ୍ଲେନ୍‌ ସେବା ସୁବିଧା ନିମନ୍ତେ ସ୍ଥାନାନ୍ତର ହେବେ ୩୦୦ କୁମ୍ଭୀର

213 Views

ଅହମଦାବାଦ : ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ (୫୯୭ ଫୁଟ୍‌) ଠାରେ ପର୍ଯ୍ୟଟକମାନଙ୍କୁ ସିପ୍ଲେନ୍‌ ସେବା ଯୋଗାଇବାରେ ସୁବିଧା କରାଇବାକୁ ବନ କର୍ମଚାରୀମାନେ ପ୍ରାୟ ୩୦୦ କୁମ୍ଭୀରଙ୍କୁ ସ୍ଥାନାନ୍ତର କରୁ ଛନ୍ତି।

ପ୍ରାୟ ତିନି ମିଟର ଯାଏଁ ଦୀର୍ଘ ଏହି ସରୀସୃପଗୁଡ଼ିକୁ ଧାତବ ଯନ୍ତାରେ ଭର୍ତ୍ତି କରା ଯାଇ ପିକ୍‌ଅପ୍‌ ଟ୍ରକ୍‌ ଯୋଗେ ଗୁଜରାଟର ଅନ୍ୟତ୍ର ନିଆ ଯାଉଛି।
ସମ୍ଭାବ୍ୟ ସିପ୍ଲେନ୍‌ ଜେଟି ପାଇଁ ଚିହ୍ନିତ କରାଯାଇଥିବା ରିଜଭୟର୍‌ର ତିନି ନମ୍ବର ଡାଇକ୍‌ରୁ ଏ ପର୍ଯ୍ୟନ୍ତ ଡଜନାଧିକ କୁମ୍ଭୀରଙ୍କୁ ବାହାର କରା ଯାଇଛି।

ସ୍ଥାନୀୟ ବନ ଅଧିକାରୀ ଅନୁରାଧା ସାହୁ କହିଛନ୍ତି ଯେ ନଦୀକୂଳସ୍ଥ ବିଶାଳ ପ୍ରତିମା ଦେଖିବାକୁ ବଢ଼ି ଚାଲିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏ ଭଳି ନିର୍ଦେଶ ଆସିଛି।

ବନ୍ୟଜନ୍ତୁ ପତ୍ରିକା ‘ସାଙ୍କ୍‌ଚୁଆରି ଏସିଆ’ର ସମ୍ପାଦକ ବିଟ୍ଟୁ ସହଗଲ୍‌ ନିଶ୍ଚିହ୍ନପ୍ରାୟ କୁମ୍ଭୀରଙ୍କୁ ସ୍ଥାନାନ୍ତରିକରଣକୁ ସମାଲୋଚନା କରି କହିଛନ୍ତି: ଆମ ସମସ୍ତେ ବୁଦ୍ଧିବିବେକ ଶୂନ୍ୟ ହେଲେଣି କି?

By amfnews

Related Post