Sat. Apr 19th, 2025

ଶ୍ୱଶୁର ଘରେ ବିଷ ପିଇଲା ଜ୍ୱାଇଁ!

By amfnews Jun 16, 2019 #Featured
132 Views

ସୋର  : ଶ୍ୱଶୁର ଘରେ ବିଷ ପିଇ ଜୀବନ ହାରିଲା ଜ୍ୱାଇଁ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ମହୁମୁହାଣ ପଞ୍ଚାୟତର ମେଣ୍ଡାଗଡ଼ିଆ ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ସୁଦାମ ସାହୁ। ତାଙ୍କ ଘର ମୁଲେଶ୍ୱର ଗାଁରେ।

ତିନି ବର୍ଷ ତଳେ ସୁଦାମଙ୍କର ମେଣ୍ଡାଗଡ଼ିଆ ଗାଁରେ ବିବାହ ହୋଇଥିଲା। ଗତ ୧୫ ଦିନ ହେବ ସେ ତାଙ୍କ ପରିବାର ସହିତ ଆସି ଶ୍ୱଶୁର ଘରେ ରହୁଥିଲେ। ଗତକାଲି ରାତିରେ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ସେ କାହିଁକି ବିଷ ପିଇଲେ, ତାହା ସ୍ପଷ୍ଟ ହୋଇନାହିଁ।

ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣା ସଂପର୍କରେ ଖୋଳତାଡ଼ ଜାରି ରଖିଛି।

By amfnews

Related Post