Wed. Mar 11th, 2026

ଶ୍ରୀମନ୍ଦିର ଚାରିପଟୁ କୋଠାବାଡ଼ି ଉଚ୍ଛେଦ ଆରମ୍ଭ

263 Views

ପୁରୀ  : ସୋମବାର ସକାଳୁ ଶ୍ରୀମନ୍ଦିର ଚାରିପଟେ ମେଘନାଦ ପାଚେରିକୁ ଲାଗି ଥିବା ସମସ୍ତ କୋଠାବାଡ଼ି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ସିଂହଦ୍ୱାର ସୂଚନା କେନ୍ଦ୍ର ସମ୍ମୁଖ ଅଞ୍ଚଳରେ ଥିବା ଘର ଏବଂ ଦକ୍ଷିଣ ଦ୍ୱାର ପାଖରେ ଥିବା ଏକ ଶୌଚାଳୟ ଭଙ୍ଗାଯାଇଛି।

ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଘଟଣାସ୍ଥଳରେ ୨୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ଓ ୮ ଜଣ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ଅଛନ୍ତି। ମେଘନାଦ ପାଚେରିକୁ ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ଜୋତା, ମୋବାଇଲ୍ ଷ୍ଟାଣ୍ଡ୍, ସେସୁ କାର୍ଯ୍ୟାଳୟ(କଲେକ୍ସନ ପଏଣ୍ଟ), କିଛି ଦୋକାନ, ମଠ ରହିଛି। ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏସବୁକୁ ଉଚ୍ଛେଦ କରି ‌ମେଘନାଦ ପାଚେରିକୁ ଜବରଦଖଲମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମେଘନାଦ ପାଚେରିକୁ ଜବରଦଖଲମୁକ୍ତ ଅଭିଯାନ ଶେଷ ପରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ, ମନ୍ଦିର ସବୁ ଭଙ୍ଗାଯିବ।

By amfnews

Related Post