Mon. Jun 9th, 2025

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ: ମାଟିରେ ମିଶିଲା ମଙ୍ଗୁ ମଠ

By amfnews Dec 10, 2019 #Featured
175 Views

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କ୍ରମରେ ଆଜି ଜିଲ୍ଲା ପ୍ରଶାସନ ଦ୍ବିତୀୟ ଦିନରେ ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି। ପ୍ରଶାସନ ମଠର ୯୦ ପ୍ରତିଶତ ଘର ଆଜି ଭାଙ୍ଗିସାରିଛି। ଆସନ୍ତାକାଲି ବାକି ଘର ଭାଙ୍ଗି ଶେଷ କରିବା ପରେ ବିକ୍ରି ଚୁକ୍ତି କରି ସାରିଥିବା ନିଯୋଗ ଓ ଲଜ ମାଲିକଙ୍କ ଘର ଭାଙ୍ଗିବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି। ଗତକାଲି ଜିଲ୍ଲା ପ୍ରଶାସନ ମଙ୍ଗୁ ମଠ ପଛପାର୍ଶ୍ବରେ ଥିବା ଶ୍ୟାମାକାଳୀ କ୍ଲବ, ଜୋତାଷ୍ଟାଣ୍ଡ ସହ ହୋଟେଲକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା। ମଠ ଜାଗାରେ ହୋଟେଲ, ଲଜ୍ ଖୋଲିଥିବା ମାଲିକମାନେ ଯାହା କିଛି ଜିନିଷପତ୍ର ବାକି ରହିଥିଲା ରାତି ୩ଟାରୁ ଖାଲି କରିବା ଆରମ୍ଭ କରି ଦେଇଥିଲେ। ଜିନିଷପତ୍ର ଖାଲି ପରେ ଆଜି ସକାଳୁ ପୁନର୍ବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ୩ରୁ ଅଧିକ ଜେସିବି ଲଗାଇ ଏଠାରେ ଥିବା ଦୁଇ ମହଲା ବିଶିଷ୍ଟ ଲଜ୍, କର ରେଷ୍ଟୁରାଣ୍ଟ୍‌କୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା।

By amfnews

Related Post