Sun. Mar 8th, 2026

ଶ୍ରୀମନ୍ଦିର ଗର୍ଭଗୃହ ନିରାପଦ: ଏଏସ୍‌ଆଇ, ନାଟମଣ୍ଡପ ଯାଞ୍ଚ ଆଜି

179 Views

ପୁରୀ : ମହାପ୍ରଭୁ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହକୁ ଯାଞ୍ଚ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)। ଆଜି ଏଏସ୍‌ଆଇ କୋର୍‌ କମିଟିର ଏକ ୬ ଜଣିଆ ପ୍ରତିନିଧିଦଳ ଯାଞ୍ଚ କରିବା ପରେ ମହାପ୍ରଭୁଙ୍କ ଗର୍ଭଗୃହ ନିରାପଦ ଥିବା ସୂଚନା ଦେଇଛି। ଗର୍ଭଗୃହରୁ ପାଣି ଗଳୁଥିବା ନେଇ ଅଭି‌ଯୋଗ ଆସିବା ପରେ ଆଜି ଏ ତଦାରଖ କରାଯାଇଥିଲେ ହେଁ କେଉଁ ଜାଗାରୁ ପାଣି ଗଳୁଛି ତାର ସନ୍ଧାନ ପାଇନାହିଁ ଏଏସ୍‌ଆଇ। ଆଜି ଗର୍ଭଗୃହ ଯାଞ୍ଚ ପରେ ଆସନ୍ତାକାଲି ନାଟମଣ୍ଡପ ଯାଞ୍ଚ ହେବ ବୋଲି ଜଣାପଡିଛି। ଯାଞ୍ଚ ପାଇଁ ଆସିଥିବା ପ୍ରତିନିଧିଦଳରେ ଜିସି ମିତ୍ର, ଏନ୍‌ସି ପାଲ, ପଦ୍ମଲୋଚନ ମହାପାତ୍ର, ଅରୁଣ ମଲ୍ଲିକ, ବିନ୍ଧେଶ୍ବର ପାତ୍ର, ଅତୁନ କୁଲକର୍ଣ୍ଣି ପ୍ରମୁଖ ସାମିଲ ଥିଲେ। ତେବେ ପ୍ରତିନିଧିଦଳ ରତ୍ନଭଣ୍ଡାର କଥା ଉଠାଇ ନ ଥିଲେ। ସରକାର ରତ୍ନଭଣ୍ଡାର ଚାବିକୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ଓ ଏହାକୁ ସାର୍ବଜନୀନ କରାଯାଇନଥିବାରୁ ଏଏସ୍‌ଆଇ କୋର୍‌ କମିଟି ଏ ସଂପର୍କରେ ମୁହଁ ଖୋଲିନାହିଁ।

By amfnews

Related Post