Wed. May 21st, 2025

ଶ୍ରୀମନ୍ଦିରରେ ପୂଷ୍ୟାଭିଷେକ ପୂର୍ଣ୍ଣିମା ଆଜି : ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

By amfnews Jan 21, 2019 #Featured
285 Views

ପୁରୀ , ଜାନୁଆରୀ ୨୧ :‌ ଆସନ୍ତାକାଲି ଶ୍ରୀମନ୍ଦିରରେ ଦେବାଭିଷେକ ତଥା ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ପୂଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ପୌଷ ପୂର୍ଣ୍ଣିମା ଦିନ ସକାଳଧୂପ ସାରି ପୂଷ୍ୟାଭିଷେକ ନୀତି ସଂପନ୍ନ ହେବା ପରେ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ପୌଷ ପୂର୍ଣ୍ଣିମା ପୂର୍ବଦିନ ରାତି‌ରେ ଶ୍ରୀଜିଉମାନଙ୍କର ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘରେ ଅଧିବାସ ପର୍ବ ଅନୁଷ୍ଠିତ ହୁଏ। ପୌଷପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ମହାପ୍ରଭୁ ୫ଥର ସୁନାବେଶରେ ଦର୍ଶନ ଦିଅନ୍ତି। ଏ ମଧ୍ୟରେ ପୌଷ ପୂର୍ଣ୍ଣିମା ସୁନାବେଶ ନୀତି ଅନ୍ୟତମ।

By amfnews

Related Post