Sun. Mar 8th, 2026

ଶ୍ରୀନଗର ଛାଡୁଛନ୍ତି ୪୦୦ ଏନ୍‌ଆଇଟି ଶିକ୍ଷାର୍ଥୀ

175 Views

ଶ୍ରୀନଗର   : ଆତଙ୍କବାଦୀମାନଙ୍କର ଆକ୍ରମଣ ଆଶଙ୍କା କରି ପ୍ରଶାସନ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ି ଚାଲିଯିବାକୁ କହିବାର ଦିନକ ପରେ ଅର୍ଥାତ୍‌ ଶନିବାର ଦିନ ଜମ୍ମୁ ଓ କଶ୍ମୀର ସରକାର ଶ୍ରୀନଗରସ୍ଥିତ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରେ ଅଧ୍ୟୟନ କରୁଥିବା ଅଣ-ଆଞ୍ଚଳିକ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନୋଟିସ୍‌ ଜାରି କରି ଏନ୍‌ଆଇଟି ପ୍ରଶାସନ କହିଥିଲା ଯେ ପରବର୍ତ୍ତୀ ଆଦେଶ ଯାଏଁ ପ୍ରତିଷ୍ଠାନରେ ପଢ଼ାପଢ଼ି ସ୍ଥଗିତ ରଖାଗଲା।

ଶନିବାର ସକାଳୁ ବହୁସଂଖ୍ୟକ ଏନ୍‌ଆଇଟି ଶିକ୍ଷାର୍ଥୀ ସେମାନଙ୍କର ଲଗେଜ୍‌ ଧରି କଶ୍ମୀର ବାହାରକୁ ଚାଲିଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏନ୍‌ଆଇଟିରେ ପ୍ରାୟ ୮୦୦ ଶିକ୍ଷାର୍ଥୀ ନାମ ଲେଖାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ଦେଶର ବିଭିନ୍ନ ରାଜ୍ୟର।ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ କଶ୍ମୀର ବାହାରକୁ ନେବା ଲାଗି ଏବେ ପ୍ରଶାସନ ବସ୍‌ ଏବଂ ବିମାନ ବନ୍ଦୋବସ୍ତ କରୁଛି। କଶ୍ମୀର ବାହାରକୁ ଯିବା ପାଇଁ ଅନେକ ପର୍ଯ୍ୟକଟ ବିମାନ ଟିକେଟ୍‌ ପାଇଁ ଅଧିକ ଅର୍ଥ ଦେଇଛନ୍ତି।

By amfnews

Related Post