176 Views
ରାଜସ୍ୱ ନିରିକ୍ଷକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।
ଆଜିକୁ ପ୍ରାୟ 50 ବର୍ଷ ହେବ ଯାହା କି ଦଣ୍ଡକାରଣ୍ୟ ସମୟରୁ ଅନୁସୂଚିତ ଜାତି ଓ ଜନଜାତି ଏବଂ ସର୍ବସାଧାରଣ ଗରିବ ଶ୍ରେଣୀର ଲୋକମାନେ ଏଠାରେ ବସତି ସ୍ଥାପନ କରିବା ସହ ଏହି ଜାଗାକୁ ଶ୍ମଶାନ ଭାବେ ବ୍ୟବହାର କରୁଥିଲେ।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୦ ଗ୍ରାମର ବନ୍ଧୁଗୁଡା ଠାରେ ଥିବା ଏହି ବିରାଟ ଭୂମିଖଣ୍ଡକୁ ଚକ୍ରାନ୍ତ କରି ୨୦୧୦ ମସିହାରେ ମଙ୍ଗଳା ଖଲାପି ଓ ତାପସ ବୈରାଗୀ ନାମକ ବ୍ୟକ୍ତି ଜବରଦଖଲ ଆରମ୍ଭ କରି ବାଡ ବୁଲାଇ ଚାଷ କରିବା ଆରମ୍ଭ କରିଥିଲେ।ସେବେଠୁ ଶ୍ମଶାନ ବିବାଦ ଆରମ୍ଭ ହୋଇଥିଲା
ଗତ କିଛି ଦିନ ପୂର୍ବେ ଦେବା ଛତ୍ରିୟା ନାମକ ଜଣେ ଗ୍ରାମବାସୀର ମୃତ୍ୟୁ ହୋଇ ଯିବାରୁ ତାଙ୍କର ଅନ୍ତେଷ୍ଟି ପାଇଁ ଶ୍ମଶାନ ଯିବାକୁ ଦେଇ ନଥିଲେ ଏହି ଦୁଇ ଜବରଦଖଲକାରୀଏପରିକି ରାସ୍ତାର ଚତୁଃପାର୍ଶ୍ଵରେ ତାର ବାଡ଼ ଦେଇ ରାସ୍ତା ଅବରୋଧ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ମାନେ କିଭଳି ଭାବେ ଆଣ୍ଠୁଏ ପାଣିରେ ଶବକୁ ବୋହି ନେଉଛନ୍ତି କାନ୍ଧରେ ବୋଇ ମଡ ଶରୀରକୁ ନେଉଛନ୍ତି।କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ୨୦୧୦ ମସିହାରୁ ଏହି ବନ୍ଧୁଗୁଡା ଗ୍ରାମବାସୀ ମାନେ ତହସିଲଦାରଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଇ ପରେ କୌଣସି ଫଳ ମିଳିନାହିଁ। ଆଜି ଏମାନେ ନିଜକୁ ଅସହାୟ ମଣୁଛନ୍ତି।ପ୍ରାୟ ୮ବର୍ଷ ହେବ ଏମାନଙ୍କର ସମସ୍ୟା ଦୂର ହୋଇ ପାରୁନାହିଁ କି କୌଣସି ପ୍ରଶାସନର ପାଦ ପଡିନାହଁ।
ଶେଷରେ ଗ୍ରାମବାସୀ ଥାନା ଭାରପ୍ରାପ୍ତ ଅଧିକାରୀ ରଘୁନାଥ ମାଝୀଙ୍କୁ ଜଣାଇବାରୁ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମୁଁ ତୁରନ୍ତ ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଜଣେଇବି ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ।ସେହିପରି ଏ ସମ୍ପର୍କରେ କାଲିମେଳା ବିଡ଼ିଓ ତଥା ତହସିଲଦାର ସନତ କୁମାର ନାୟକଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।
ମଙ୍ଗଳା ଖଲାପି ଓ ତାପସ ବୈରାଗୀ ଅତ୍ୟନ୍ତ ଚତୁର ହୋଇଥିବାରୁ କୌଶଳ କ୍ରମେ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ସହାୟତାରେ ଉକ୍ତ ଜମକୁ ନିଜ ନାମରେ କରାଇଥିବା ଅଭିଯୋଗ ହୋଇଛି।ଏଣୁ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଗ୍ରାମବାସୀଙ୍କ ଶ୍ମଶାନ ଜମି ଫେରସ୍ତ ଦିଆଯାଉ ଏବଂ ସେହି ଦୁଇ ଜବରଦଖଲକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।
ଯଦି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୁଏ କିମ୍ୱା ଇତି ମଧ୍ୟରେ କୌଣସି ଲୋକ ମୃତ୍ୟୁ ହୁଏ ତାହା ହେଲେ ଶବକୁ ନେଇ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟର ସମ୍ମୁଖରେ ରଖି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।