Tue. Mar 10th, 2026
170 Views

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କୁଳିପୋଷ ଗାଁରେ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଖଇରୁ ନାଇକ। ଗତକାଲି ରାତିରେ ସେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଆଜି ସକାଳେ କିଛି ଗ୍ରାମବାସୀ ତାଙ୍କ ମୃତଦେହକୁ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ଖଇରୁ ବଣାଇ ଅଞ୍ଚଳର ଲୋକ। ତେବେ ବେଶ୍ କିଛି ବର୍ଷ ହେବ ସେ କୁଳିପୋଷ ଗାଁରେ ରହୁଥିଲେ। ତାଙ୍କର ଜମିଜମା ବିବାଦ ରହିଥିଲା। ସେହିପରି ସେଠାରେ ସେ ଝଡ଼ାଫୁଙ୍କା ବି କରୁଥିଲେ। ତେଣୁ ଜମିଜମା ବିବାଦ ନ ହେଲେ ଗୁଣିଗାରେଡ଼ିକୁ ନେଇ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି କୁହାଯାଉଛି। ତେବେ କାହା ସହିତ ତାଙ୍କର ଜମିଜମା ବିବାଦ ଥିଲା, ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍‌ ଘଟଣାର ବିଭିନ୍ନ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଛି।

By amfnews

Related Post