Thu. Jan 23rd, 2025

ଶେଷ ହେବ ଭାରତ-ଚୀନ୍ ସୀମା ବିବାଦ, ଏପ୍ରିଲରେ ଲଦାଖରେ ଫେରିବ ପୂର୍ବସ୍ଥିତି: ପ୍ରତିରକ୍ଷାମନ୍ତ୍ରୀ

By amfnews Feb 11, 2021 #Featured
159 Views

ନୂଆଦିଲ୍ଲୀ, ଫେବୃଆରୀ ୧୧ : ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆଜି ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଲଦାଖରେ ପୁଣି ଥରେ ପୂର୍ବ ସ୍ଥିତି ଫେରିବାକୁ ଯାଉଛି । ଏଥିପାଇଁ ଉଭୟ ଦେଶ ରାଜି ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି ରକ୍ଷାମନ୍ତ୍ରୀ ।

ଦୀର୍ଘ ଏକ ବର୍ଷ ଧରି ଡ୍ରାଗନ୍ ଯେଉଁଭଳି ଭାରତରେ ସୀମା ବିବାଦ ନାଁ ରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା ଭାରତ ତାର ସବୁ ଚେଷ୍ଟାକୁ ବିଫଳ କରିବା ସହିତ ଚୀନ୍ କୁ ଅନେକ କଡା ସନ୍ଦେଓ ମଧ୍ୟ ଦେଇଛି । ଯାହା ଫଳରେ ଚୀନ ନିଜ ବିସ୍ତାରବାଦୀ ନୀତିରୁ ପଛକୁ ହଟିବାକୁ ବାଧ୍ୟ ହୋଇଛି ।

ଏଲଏସି ସୀମା ମଧ୍ୟରେ କରାଯାଇଥିବା ସବୁ ନିର୍ମାଣକୁ ଭଙ୍ଗାଯିବା ସହିତ ଉଭୟ ଦେଶ ଦୁହିଁଙ୍କ ନିର୍ଦ୍ଧାରିତ ସୀମା ମଧ୍ୟରେ ହିଁ ରହିବେ ବୋଲି ଆଜି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଭାରତ ସବୁ ବେଳେ ଶାନ୍ତି ଚାହେଁ ଏବଂ ଶାନ୍ତିର ବାର୍ତ୍ତା ଦେଇ ଯେ କୌଣସି ସମସ୍ୟାର ବି ସମାଧାନ କରାଯାଇପାରେ । ଏବଂ ଭାରତ ସବୁବେଳେ ନିଜ ଶତ୍ରୁ ମାନଙ୍କୁ କଡା ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି । ସୀମାରେ ଭାରତର ସ୍ଥିତି ସଦୃଢ ରହିଛି । ଏବଂ ଗୋଟେ ଇଞ୍ଚ ଜମି ବି ଭାରତ କାହାକୁ ଛାଡିବନି ବୋଲି ଆଜି ପ୍ରତିରକ୍ଷା ମଡ଼୍‌ତ୍‌ରୀ ନିଭ ଅଭିଭାଷଣରେ କହିଛନ୍ତି ।

ତେବେ ଆସନ୍ତା ଏପ୍ରିଲ ମାସରୁ ଏଲଏସିରେ ପୂର୍ବ ଭଳି ସ୍ଥିତି ଫେରିବ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

By amfnews

Related Post