217 Views
ଭୁବନେଶ୍ୱର, ଜୁଲାଇ ୦୮ : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପଦକ୍ଷେପ ଆମ ମୁଖ୍ୟମନ୍ତ୍ରୀ, ଆମ କଥାକୁ ଗତକାଲି ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ସଂସ୍ମରଣ ସ୍ୱରୂପ ନବୀନ ୫ ଜିଲ୍ଲାର ୧୧୨ ଗ୍ରାମ ପଂଚାୟତର ପ୍ରତିନିଧିଙ୍କ ସହ ଭିଡ଼ିଓ କନଫେରନ୍ସି ଜରିଆରେ କଥାବାର୍ତ୍ତା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଭିନ୍ନ ପଂଚାୟତର ପ୍ରତିନିଧିମାନଙ୍କ ସହ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ବୃଦ୍ଧି ଦିଗରେ ପ୍ରାଥମିକତା ଦେବାକୁ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପଂଚାୟତ ତାର ସମସ୍ତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ଦେଖାଇପାରିବ ତାକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ନବୀନ ସୂଚାଇଥିଲେ ।
ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡ଼ିଓ କନଫେରନ୍ସି ଜରିଆରେ ପଂଚାୟତର ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା ଜାରୀ ରଖିଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ଆମ କଥା ସଂସ୍ମରଣରେ ରାଜ୍ୟର ବିଭିନ୍ନ ଅଂଚଳର ପଂଚାୟତିରାଜ ପ୍ରତିନିଧିଙ୍କ ସହ ସାମାଜିକ ସମସ୍ୟା ଗୁଡ଼ିକ ବାବଦରେ ଆଲୋଚନା ଜାରି ରଖିବେ ବୋଲି ଜଣାଯାଇଛି । କଥାବାର୍ତ୍ତା ମାଧ୍ୟମରେ ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାକୁ ବ୍ୟାପକ କରାଯାଇପାରିବ ବୋଲି ଆଶା ପୋଷଣ କରାଯାଉଛି ।