Sat. Mar 7th, 2026

ଶୀଲା ଦୀକ୍ଷିତଙ୍କୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଲେ,କେବେ ଘରକୁ ଖାଇବାକୁ ଯିବି?

277 Views

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ମଧ୍ୟରେ ଟୁଇଟର୍‌ରେ ହୋଇଥିବା ଏକ କଥାବାର୍ତ୍ତା ଚର୍ଚ୍ଚାରେ ରହିଛି। ଶୀଲା ଦୀକ୍ଷିତ ଟୁଇଟ୍‌ କରି ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ କହିଛନ୍ତି ଯେ ଅରବିନ୍ଦ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅପପ୍ରଚାର ନ କରନ୍ତୁ। ଅନ୍ୟପକ୍ଷରେ କେଜ୍ରିଓ୍ଵାଲ ଏହାର ଉତ୍ତରରେ କହିଲେ ଯେ ସେ ଏମିତି କିଛି କହି ନାହାନ୍ତି। ଉଭୟଙ୍କର ଭିତରେ ଖାଇବା ସଂପର୍କରେ ବି କଥା ଉଠିଥିଲା।

Sheila Dikshit

@SheilaDikshit

अरे भाई @ArvindKejriwal, मेरी सेहत को ले कर क्यूँ ग़लत अफ़वाहें फैला रहे हो? अगर कोई काम नहीं हो तो आ जाओ भोजन पर। मेरी सेहत भी देख लेना, भोजन भी कर लेना और अफ़वाहें फैलाए बिना चुनाव लड़ना भी सीख लेना

ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆହୁରି ମଧ୍ୟ ଟୁଇଟରରେ ଲେଖିଥିଲେ କେତେବେଳେ ଖାଇବାକୁ ଯିବି? ଶୀଲା ଦୀକ୍ଷିତ ପୂର୍ବରୁ ଲେଖିଥିଲେ ଆରେ ଭାଇ ଅରବିନ୍ଦ କେଜ୍ରିଓ୍ଵାଲ୍‌-ମୋ’ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କାହିଁକି ଅପପ୍ରଚାର କରୁଛ? ଯଦି କୌଣସି କାମ ନାହିଁ,ତେବେ ଖାଇବାକୁ ଘରକୁ ଆସ। ସେତେବେଳେ ମୋ’ ଦେହର ଅବସ୍ଥା ଦେଖି ନିଅ ଓ ଅପପ୍ରଚାର ନ କରି କେମିତି ନିର୍ବାଚନ ପ୍ରଚାର କରାଯିବ ଶିଖି ଯାଅ।

ଏହା ଉପରେ କେଜ୍ରିଓ୍ଵାଲ୍‌ ଉତ୍ତର ଦେଇଥିଲେ,‘ମୁଁ କେତେବେଳେ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି କହିଲି? ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ। ଯେତେବେଳେ ଆପଣ ଚିକିତ୍ସା ପାଇଁ ବିଦେଶ ଯାଉଥିଲେ,ସେତେବେଳେ ଘରକୁ ଆସି ଆପଣଙ୍କ ଦେହ ବିଷୟରେ ପଚାରିବାକୁ ଆସିଥିଲି। କୁହନ୍ତୁ କେତେବେଳେ ଘରକୁ ଭୋଜନ କରିବାକୁ ଯିବି।’

By amfnews

Related Post