Sat. Mar 7th, 2026

ଶୀତ କାକର ରାତିରେ ନବଜାତ ଶିଶୁ କନ୍ୟାକୁ କମ୍ବଳରେ ଢ଼ାଙ୍କି ରାସ୍ତାରେ ଥୋଇ ଫେରାର ହୋଇଗଲେ ପିତା-ମାତା

187 Views

ଭିଲାଓ୍ଵାଡା, ଜାନୁଆରୀ ୦୨ : ରାଜସ୍ଥାନର ମେନଚେଷ୍ଟର ଭିଲାଓ୍ଵାଡା ଜିଲ୍ଲାରେ ମୁଖ୍ୟାଳୟସ୍ଥିତ ମହାତ୍ମାଗାନ୍ଧି ହସ୍‌ପିଟାଲ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗୋଟିଏ ଦିନର ଶିଶୁ କନ୍ୟାକୁ କମ୍ବଳରେ ଢ଼ାଙ୍କି ଶୀତ କାକର ରାତିରେ ବାହାରେ ଛାଡ଼ି ଦେଇଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ହସ୍‌ପିଟାଲ ଅଧିକାରୀଙ୍କୁ ସୂଚନା ମିଳିବା ପରେ ସେମାନେ ତୁରନ୍ତ ଶିଶୁକୁ ଉଦ୍ଧାର କରି ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ଶିଶୁର ଅବସ୍ଥାସ୍ଥିର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ତିନିବର୍ଷ ପର୍ଯ୍ୟନ୍ତ ଶିଶୁର ଶରୀର ଥଣ୍ଡା ସହ୍ୟ କରି ପାରି ନଥାଏ। ଏମିତି ଶିଶୁକୁ ୨୫ରୁ ୨୮ ଡିଗ୍ରୀ ତାପମାତ୍ରାରେ ରଖିବାକୁ ହୁଏ। ନଚେତ ସେମାନେ ରୋଗରେ ପଡ଼ି ପାରନ୍ତି। ଶିଶୁଟି ଶୀତ କାକର ରାତିରେ ବାହାରେ ପଡ଼ିଥିବା ହେତୁ ଶିଶୁର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛି। ତେବେ ଶିଶୁ ପିତା-ମାତା କିଏ, କିଭଳି ପରିସ୍ଥିତିରେ ଶିଶୁକୁ ଏଭଳି ଥଣ୍ଡା କାକର ରାତିରେ ବାହାରେ ଛାଡ଼ି ଚାଲି ଯାଇଥିଲେ ସେନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

By amfnews

Related Post