Sat. Mar 7th, 2026

ଶିଶୁ ମୃତ୍ୟୁକୁନେଇ ଏସସିବି କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଲେ ସମ୍ପର୍କୀୟ

179 Views

କଟକ: ଆଠ ବର୍ଷର ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ମେଡିକାଲରେ ଉତ୍ତେଜନା ଦେଖା ଦେଇଥିବା ଜଣାଯାଇଛି। ଅସୁସ୍ଥ ଶିଶୁକୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ଆଣି କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଶିଶୁର ସମ୍ପର୍କୀୟ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ କଟକର ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଥିବା ସରୋଜ ଦାସ ନିଜ ପୁଅ ପ୍ରତ୍ୟୁଷ(୮)ର ବାନ୍ତି ହୋଇଥିଲାଏହାପରେ ସେ କଟକ ଏସସିବି ମେଡିକାଲକୁ ତାକୁ ନେଇ ଆଣିଥିଲେ।ସେଠାରେ ଡାକ୍ତର ଦେଖିବାପରେ କିଛି ହୋଇନାହିଁ କହି ପୁଅକୁ ଘରକୁ ନେବାକୁ କହିଥିଲେ।ତାପରେ ସରୋଜ ଦାସ ପୁଅ ପ୍ରତ୍ୟୁଷକୁ ଘରକୁ ଫେରାଇ ଆଣିଥିଲେ। ହେଲେ କିଛି ସମୟପରେ ପୁଣି ପୁଅ ବାନ୍ତି କରିଲା। ତାପରେ ସେ ପୁଣି ଏସସିବି ମେଡିକାଲକୁ ଆଣିଥିଲେ।

କିନ୍ତୁ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଭୋରରେ ପ୍ରତ୍ୟୁଷ ପ୍ରାଣ ହରାଇଥିବାର ଅଭିଯୋଗ ଆଣିଛନ୍ତି ସଂପର୍କୀୟ। ଏହାର ପ୍ରତିବାଦରେ ସେମାନେ କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପରେ ଖବରପାଇ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ତାଲା ଖୋଲିଥିଲା।

By amfnews

Related Post