Thu. Dec 26th, 2024

ଶିଶୁ ଭବନରେ ବେକାର ଯୁବବର୍ଗଙ୍କ ପାଇଁ ନିଶୁଳ୍କ କର୍ମଶାଳା

By amfnews Oct 30, 2018 #Featured
124 Views

ରାଉରକେଲା, ୩୦ା୧୦  : ଛେଣ୍ଡ ପ୍ରଧାନପାଲୀରେ ଥିବା ରାଉରକେଲା ଶିଶୁ ଭବନ ଠାରେ ବେକାର ଯୁବକ ଯୁବତୀମାନଙ୍କ ପାଇଁ ଏକ ନିଶୁଳ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଆଇନଜିବୀ ଗିରିଶ ମହାପାତ୍ର କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେ କହିଲେ ଯେ, ବେକାର ଯୁବକ, ଯୁବତୀମାନଙ୍କ ଲାଗି ଏଭଳି କର୍ମଶାଳା ଏକ ସୁବର୍ଣ୍ଣ ସୁଯୋଗ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆର୍ଏସ୍ପି ଅବସରପ୍ରାପ୍ତ ଇଡ଼ି ଭରତ ମହାନ୍ତି, ରାଉରକେଲା ଶିଶୁ ଭବନ ସମ୍ପାଦକ ପି.କେ. ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିଶୁଭବନର ସଭାପତି ନାରାୟଣ ପ୍ରସାଦ ଦାସ ସଭାପତିତ୍ୱ କରିଥିଲେ ।

ଏହି ଅବସରରେ ରାଉରକେଲା ଶିଶୁ ଭବନରେ ଠାରେ ଏକ ନିଶ୍ଲୁକ କମ୍ପ୍ୟୁଟର ପ୍ରଶିକ୍ଷଣ ଯୁବକ ଯୁବତୀମାନଙ୍କୁ ପ୍ରଦାନ କରାଯାଇଥିଲା । ସହରର ୨୫ରୁ ଉର୍ଦ୍ଧ ଯୁବକ ଯୁବତୀ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ । କମ୍ପ୍ୟୁଟର ଶିକ୍ଷାରେ ବିଭିନ୍ନ କୋର୍ସ ଯଥା ପିଜିଡିସିଏ. ଟାଲି, କମ୍ପ୍ୟୁଟର ହାର୍ଡୱେର ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଯୁବକ, ଯୁବତୀମାନଙ୍କୁ ଭାରତ ସରକାରଙ୍କ ଏମ୍ଏସ୍ଏଇ, ପିଏମ୍ଇଜିପି ଓ କେଭିଆଇସି ଅଧିନରେ ହେବାକୁ ଥିବା ବିଭିନ୍ନ ସ୍ୱରରୋଜଗାର ପ୍ରକଳ୍ପ ଯଥା ମହମବତୀ ପ୍ରସ୍ତୁତି, ଚକଖଡ଼ି, କାଗଜ ଠୁଙ୍ଗା, ଟିସୁ ପେପରରେ ନିର୍ମିତ କ୍ୟାରିବ୍ୟାଗ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଶିଶୁ ଭବନର କୋଷାଧ୍ୟକ୍ଷ ଏସ୍.ଏନ୍. ଦାଶ ଧନ୍ୟବାଦ ଦେଇଥିବା ବେଳେ ପି.କେ. ମହାପାତ୍ର, ବିଜୟା ନନ୍ଦ ସୁନ୍ଦରାୟଙ୍କ ସମେତ ଶିଶୁ ଭବନର କର୍ମଚାରୀମାନେ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post