Sun. Jun 8th, 2025

ଶିଳ୍ପୀ ନିର୍ମଳ ବାସାଙ୍କ ପରଲୋକ

By amfnews Nov 2, 2018 #Featured
170 Views

ରାଉରକେଲା, ୧ା୧୧  : ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ରାଉରକେଲା କେନ୍ଦ୍ରୀୟ ପୂଜା କମିଟିର ବରିଷ୍ଠ ସଦସ୍ୟ ନିର୍ମଳ ବାସାଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ସିପିସି ସାଧାରଣ ସମ୍ପାଦକ ଚୌଧୁରୀ ବିଜୟ ପଟ୍ଟନାୟକ, ରମେଶ ପାତ୍ର, ସଂଜୟ ଦାସ, ସୁବାସ ପଣ୍ଡା, ରାମ ଗୌଡ଼, ସରୋଜ ପ୍ରଧାନ, କାର୍ତ୍ତିକ ଖଣ୍ଡୁଆଳ, ଅନୀଲ ମଲ୍ଲିକ, କମଳା ବାରିକ, ବିରେନ୍ଦ୍ର ସ୍ୱାଇଁ ପମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ସ୍ୱର୍ଗତ ବାସା ସେକ୍ଟର-୫ ସ୍ଥିତ କଲଚରାଲ ଏକାଡ଼େମୀ ଚାରୁକଲା ଆର୍ଟ ସହ ସମ୍ପୃକ୍ତ ଥିଲେ । ସେ ସାଇ ଭ୍ୟାଲି ସ୍କୁଲ୍ରେ ଚାରୁକଳା ବିଭାଗରେ ଶିକ୍ଷକତା କରୁଥିଲେ । ବାସନ୍ତୀ କଲୋନୀରେ ଆୟୋଜିତ ଶୋକସଭାରେ ସୁଜିତ କୁମାର ବିଶ୍ୱାସ, ପ୍ରକାଶ କୁମାର ସାହାଣୀ, ଡ. କିଶୋରୀ ଦାଶ, କୁଞ୍ଜନଲାଲ ବୋଷ, ଦ୍ୱିବେନ୍ଦୁ କୁଣ୍ଡୁ, ସରୋଜ ଚନ୍ଦ୍ର କବି, ପ୍ରବୀର କୁମାର ଜେନା, ଅଶୋକ କୁମାର ବଳା, ଅକ୍ଷୟ କୁମାର ଧଳ, ପ୍ରବୀର କୁମାର ମିଶ୍ର, ସୁଧାଂଶୁ ଶେଖର ମହାପାତ୍ର, ପ୍ରମିଳା ଜେନା, ଦିପ୍ତୀ ରଂଜନ ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

By amfnews

Related Post