Sat. Mar 7th, 2026

ଶିବସେନାର ପ୍ରାର୍ଥୀମାନଙ୍କୁ ପରାଜିତ କରିବା ଏକ ମାତ୍ର ଲକ୍ଷ୍ୟ: ନାରାୟଣ ରାଣେ

235 Views

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟସଭା ସାଂସଦ ନାରାୟଣ ରାଣେ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା-ଶିବସେନା ମେଣ୍ଟ ହେବାଯୋଗୁଁ କ୍ଷୁବ୍ଧ ହୋଇଛନ୍ତି। ଏହାର ପ୍ରତିବାଦରେ ସେ ସାରା ମହାରାଷ୍ଟ୍ରରେ ଯେଉଁସବୁ ଲୋକସଭା ଆସନରେ ଶିବସେନା ପ୍ରାର୍ଥୀ ଦେବ,ସେହି ଆସନରେ ତାଙ୍କ ଦଳ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ନିଜର ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି।

ନାରାୟଣ ରାଣେ କହିଛନ୍ତି ଯେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଯେପରି ଶିବସେନାର ପ୍ରାର୍ଥୀମାନେ ପରାଜୟ ବରଣ କରିବେ। ନାରାୟଣ ରାଣେ ଏକ ମରାଠୀ ଢଗ ଜରିଆରେ ଭାଜପା-ଶିବ ସେନା ମେଣ୍ଟକୁ ସମାଲୋଚନା କରି କହିଛନ୍ତି ଯେ ଦୁହିଁଙ୍କ ଭିତରେ ପଟୁ ନାହିଁ, କିନ୍ତୁ ଦୁହେଁ ଜଣେ ଆରଜଣକ ବିନା ରହିପାରୁ ନାହାଁନ୍ତି। ତେବେ ଭାଜପା ବିପକ୍ଷରେ ସେ କିଛି କହିନାହାଁନ୍ତି। କିନ୍ତୁ ନାରାୟଣ ରାଣେ ଏକଥା କହିଛନ୍ତି ଯେ ସେ ଭାଜପାରେ ନାହାନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ନାରାୟଣଙ୍କ ପୁଅ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଗରୁ ନିଷ୍ପତ୍ତିି ହୋଇସାରିଛି।

By amfnews

Related Post