Sat. Jan 11th, 2025

‘ଶିବସେନାକୁ ସମର୍ଥନ ଦେବା କଂଗ୍ରେସ ପାଇଁ ବିପର୍ଯ୍ୟୟ’

By amfnews Nov 11, 2019 #Featured
108 Views

ମୁମ୍ୱାଇ: କଂଗ୍ରେସ ନେତା ସଞ୍ଜୟ ନିରୂପମ ଶିବସେନାକୁ ଏନସିପି-କଂଗ୍ରେସର ସମର୍ଥନକୁ ନାପସନ୍ଦ କରିଛନ୍ତି। ଶିବସେନାକୁ ସମର୍ଥନ ଦ୍ୱାରା ଶିବସେନାର ଯେତିକି ଲାଭ ନହେବ ତାଠୁ ଅଧିକ କ୍ଷତି ହେବ କଂଗ୍ରେସର ବୋଲି ସଞ୍ଜୟ ନିରୂପମ କହିଛନ୍ତି। ଶିବସେନାକୁ ସମର୍ଥନ କରିବା କଂଗ୍ରେସ ପାଇଁ ‘ବିପର୍ଯ୍ୟୟ’ ହେବ ବୋଲି କହିଛନ୍ତି ଏହି କଂଗ୍ରେସ ନେତା।

ଗତକାଲି ମହାରାଷ୍ଟ୍ରର କଂଗ୍ରେସ ସଭାପତି ମିଲିନ୍ଦ ଦେଓରା ଟୁଇଟ୍ କରି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ପରାମର୍ଶ ଦେଇଥିଲେ, ରାଜ୍ୟରେ ସରକାର ଗଢ଼ିବା ପାଇଁ ସେ ଏନସିପି-କଂଗ୍ରେସ ମେଣ୍ଟକୁ ଆମନ୍ତ୍ରଣ କରିବା ଦରକାର। ଏହାପରେ ସଞ୍ଜୟ ନିରୂପମ ଏପରି କହିଛନ୍ତି।

Sanjay Nirupam

@sanjaynirupam

In the current political arithmetic in Maharashtra, its just impossible for Congress-NCP to form any govt. For that we need ShivSena. And we must not think of sharing power with ShivSena under any circumstances.
That will be a disastrous move for the party.ରାଜ୍ୟର ୨୮୮ ବିଧାନସଭା ଆସନରୁ ଏନସିପି-କଂଗ୍ରେସ ୯୮ ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ଦରକାର।  ଏବେ ଏନସିପି-କଂଗ୍ରେସକୁ ୫୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି ଶିବସେନା ପାଖରେ ରହିଛି। ଯଦି ଏହି ଭଳି ସୂତ୍ରରେ ସରକାର ଗଢ଼ାଯାଏ, ତାହା କଂଗ୍ରେସ ପାଇଁ ବିପର୍ଯ୍ୟୟ ହେବ ବୋଲି ସଞ୍ଜୟ କହିଛନ୍ତି।

ସେହିପରି କେରଳ କଂଗ୍ରେସ ମଧ୍ୟ ଦକ୍ଷିଣ ପନ୍ଥୀ ଚିନ୍ତାଧାରା ଦଳ ସହିତ ମେଣ୍ଟକୁ ବିରୋଧ କରିଛି। ଯଦି ମେଣ୍ଟ ହୁଏ ତା’ହେଲେ ଆଗାମୀ ଦିନରେ କେରଳ ଓ ପଶ୍ଚିମବଙ୍ଗରେ ବାମଦଳ ସହ କଂଗ୍ରେସର ମେଣ୍ଟ ପ୍ରଭାବିତ ହେବ ବୋଲି କେରଳ କଂଗ୍ରେସ କହିଛି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଛି। ମହାରାଷ୍ଟ୍ରରେ ଶିବସେନାକୁ କଂଗ୍ରେସ ସମର୍ଥନ କରିବ କି ନାହିଁ ଆଲୋଚନା ହେଉଛି।

By amfnews

Related Post