Sat. Mar 7th, 2026

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

296 Views

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀରେ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ନାଁରେ ଥିବା ଏକ ପାରା ମେଡିକାଲ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି।

କୋଦଣ୍ଡ ବିଭିନ୍ନ ସମୟରେ ଛାତ୍ରୀମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିଲେ। ଛାତ୍ରୀମାନେ ଆଜି ଏକାଠି ହୋଇ ଏହାର ବିରୋଧ କରିବା ସହ ତାଙ୍କୁ ଘେରାଉ କରିଥିଲେ। ପରେ ଅଭିଭାବକଙ୍କୁ ଡାକି ପୁଲିସ୍‌କୁ ଖବର ଦେଇଥିଲେ।ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କୋଦଣ୍ଡଙ୍କୁ ଧରି ଥାନାକୁ ଆଣିଛି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

By amfnews

Related Post