ଡ. ଦାମୋଦର ରାଉତ
ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍ସର ରାଜା ଥିଲେ ଷୋଡଶ ଲୁଇ । ମାତ୍ର ୧୭ ବର୍ଷ ବୟସରେ ଗାଦିସୀନ ହୋଇଥିଲେ । ତାଙ୍କର ପ୍ରଧାନ ରୁଚି ଥିଲା ପଢିବା ଏବଂ ବଂଶୀବାଦନ ଶୁଣିବା । ସେ ଅତ୍ୟନ୍ତ ଅମାୟିକ ଓ ଭଦ୍ର ରାଜା ଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା, ସେ ରାଜକାର୍ଯ୍ୟ ପ୍ରତି ଅତ୍ୟନ୍ତ ଉଦାସୀନ ରହିବା । ବିନ୍ନ ପୁସ୍ତକ ପଢିବା ଭିତରେ ତାଙ୍କର ପ୍ରିୟ ପୁସ୍ତକ ଥିଲା, “ରବିନ୍ କ୍ରୁସୋ’ । ରାଜଶାସନ କ୍ଷେତ୍ରରେ ତାଙ୍କର ଅତିରିକ୍ତ ଉଦାସୀନତାର ସୁଯୋଗ ନେଇ ତାଙ୍କର ପତ୍ନୀ ମେରୀ ଅ ।ଣ୍ଟୋନୀ ରାଜଶାସନରେ ପ୍ରତ୍ୟକ୍ଷ ଭାବରେ ହସ୍ତକ୍ଷେପ କରୁଥିଲେ ଏବଂ କେତେଜଣ ମୁଷ୍ଟିମେୟ ରାଜକର୍ମ•ରୀଙ୍କୁ ନେଇ ସେ ଶାସନ ଚଳାଇଲେ । ଫଳରେ ତାଙ୍କର ଉତ୍ସୃଶଙ୍ଖଳା କାର୍ଯ୍ୟକଳାପ ରାଜାମାନଙ୍କ ମଧ୍ୟରେ ତୀବ୍ର କ୍ରୋଧ ସୃଷ୍ଟି କରିଥିଲା । ସାରା ଦେଶରେ ପ୍ରଜାମାନେ ଅ ।ନ୍ଦୋଳନ କଲେ, ଯାହାକୁ ଇତିହାସରେ କୁହାଯାଏ ଫରାସୀ ବିପ୍ଳବ । ଷୋଡଶ ଲୁଇ ୧୭୭୪-୧୭୯୧ ପର୍ଯ୍ୟନ୍ତ ଫ୍ରାନ୍ସ ଓ ନାଭାରେର ରାଜା ଥିଲେ । ୧୭୯୧ରେ ସେ ବିଧିବଦ୍ଧ ଭାବରେ ଫରାସୀ ରାଜସିଂହାସନରେ ଅ ।ସୀନ ହେଲେ । ମାତ୍ର ଶାସନ କ୍ଷେତ୍ରରେ ତାଙ୍କର ଉଦାସୀନତା ଏବଂ ପୁସ୍ତକ ପଠନ ସହିତ ସଂଗୀତ ଏବଂ ବଂଶୀବାଦନ ଶୁଣିବାରେ ସମୟ କଟିଯାଉଥିଲା । ତାଙ୍କ ଉଦାସୀନତା ଓ ଭଲମଣିଷ ପଣିଅ ।ର ସୁଯୋଗ ନେଇ ରାଣୀ ମେରୀ ଅ ।ଣ୍ଟୋଇନ୍ କିଛିଚାଟୁକାରଙ୍କ ସହଯୋଗରେ କ୍ରମଶଃ ଶାସନରେ ଅଧିକ ସକ୍ରିୟ ହେବାକୁ ଲାଗିଲେ । ଫଳରେ ଦେଶରେ ପ୍ରଜାମାନଙ୍କର ଅସନ୍ତୋଷ ତୀବ୍ରରୁ ତୀବ୍ରତର ହେଲା । ୧୭୯୩ ମସିହା ବେଳକୁ ସାରା ଦେଶରେ ବିଦ୍ରୋହ ହେଲା ଏବଂ ବିଦ୍ରୋହୀ ପ୍ରଜାମାନେ ରାଜ ଉଅ ।ସକୁ ମେଳି ବାନ୍ଧି ଘେରାଉ କଲେ । ତାଙ୍କର ମୁଖ୍ୟ ଦାବି ଥିଲା ଖାଦ୍ୟ ଭାବା ବିରୋଧରେ । କାରଣ ଶାସନ ଗତ ତ୍ରୁଟି, ବିଶୃଙ୍ଖଳା, ସ୍ୱେଚ୍ଛା•ରିତା ଯୋଗୁଁ ଦେଶରେ ଖାଦ୍ୟାଭାବ ଭଳି ଅନେକ ଅଘଟଣ ଘଟିଲା । ସ୍ୱେଚ୍ଛା•ରୀ ରାଣୀ ଏବଂ ତାଙ୍କରଚାଟୁକାର ରାଜକର୍ମ•ରୀମାନଙ୍କ ଯୋଗୁଁ ଖାଦ୍ୟାଭାବ ଉକ୍ରଟ ହୋଇପଡ଼ିଥିଲା । ସେଥିପାଇଁ ହଜାର ହଜାର ବିଦ୍ରୋହୀ ପ୍ରଜା ରାଜ ଉଅ ।ସ ସମ୍ମୁଖରେ ଅ ।ମେ ରୁଟିଚାହୁଁ, ଅ ।ମକୁ ରୋଟି ଦିଅ ।’ ସେତେବେଳକୁ ରାଜା ଷୋଡଶ ଲୁଇ ବଂଶୀବାଦନ ଶୁଣିବାରେ ନିମଗ୍ନ ଥିଲେ । ପ୍ରଜାଙ୍କ ଚିକ୍ରାର ଶୁଣି ସେ ରାଣୀଙ୍କୁ ପ•ରିଲେ, ପ୍ରଜାମାନେ କାହିଁକି ଚିକ୍ରାର କରୁଛନ୍ତି । ରାଣୀ ମେରୀ ଅ ।ଣ୍ଟୋନି ଓଚାଟୁକାର ରାଜ କର୍ମ•ରୀମାନେ କହିଲେ, “ସେମାନେ ରୁଟି (ବ୍ରେଡ୍) ଦାବି କରୁଛନ୍ତି । ଏହା ଶୁଣି ରାଜା ଷୋଡଶ ଲୁଇ କହିଲେ, ଯଦି ରୁଟି ନାହିଁ ତେବେ ତାଙ୍କୁ କେକ୍ (ପିଠା) ଦିଅ । ରାଜାଙ୍କର ଏହି ଉଦ୍ଭଟ ନିଷ୍ପତ୍ତି ପ୍ରଜାମାନଙ୍କୁ ଅ ।ହୁରି କ୍ରୋଧାନ୍ୱିତ କଲା । ରାଣୀ ମେରୀ ଅ ।ଣ୍ଟୋଇନ୍ଙ୍କ ସ୍ୱେଚ୍ଛା•ରିତା, ବିଳାସବ୍ୟସନ,ଚାଟୁକାର ରାଜକର୍ମ•ରୀଙ୍କ ସ୍ୱାର୍ଥ୍ୟ ସାଧନ ଚରମ ସୀମାରେ ପହଞ୍ôଚଥିଲା । ପ୍ରଜାମାନେ ରୁଟି ଖାଇବାକୁ ପାଉନଥିବାବେଳେ ସେମାନଙ୍କୁ କେକ୍ ଖାଇବାକୁ ଦିଅ ।ଯାଉବୋଲି ଉତ୍ତର ଶୁଣିବା ପରେ ବିଦ୍ରୋହୀ ପ୍ରଜାମାନେ ରାଜାଙ୍କର ମୁଣ୍ଡ କାଟିବା ପାଇଁ ବଜ୍ର ଶପଥ ନେଲେ । ଶେଷରେ ୧୭୯୩ ଜାନୁଅ ।ରୀ ୨୧ ତାରିଖରେ ରାଜାଙ୍କୁ ମୃତ୍ୟୁଦଣ୍ଡ ଦିଅ ।ଗଲା । ତେବେ ରାଜାଙ୍କର ଭଦ୍ର, ସରଳ, ନିଷ୍କପଟ ଚରିତ୍ର ଯୋଗୁଁ ମୃତ୍ୟୁଦଣ୍ଡ ଦେବା ପାଇଁ ବିଦ୍ରୋହୀ ପ୍ରଜାମାନଙ୍କ ମଧ୍ୟରୁ ମାତ୍ର ୨୬ଖଣ୍ଡ ଅଧିକ ଭୋଟ୍ରେ ସେ ମୃତ୍ୟୁଦଣ୍ଡ ପାଇଥିଲେ ।
ସେହିଭଳି ଅନୁରୂପ ଭାବେ ବିଂଶ ଶତାବ୍ଦୀର ଫିଲିଫାଇନ୍ସ ଦେଶର ରାଷ୍ଟ୍ରପତି ଥିଲେ ମାର୍କ୍ସ । ଷୋଡଶ ଲୁଇଙ୍କ ଭଳି ଶାସନ କ୍ଷେତ୍ରରେ ତାଙ୍କର ଅମନଯୋଗିତା ଓ ଉଦାସୀନତାର ସୁଯୋଗ ନେଇ ତାଙ୍କ ରାଣୀ ସ୍ୱେଚ୍ଛା•ରୀ ହେଲେ । ମୁଷ୍ଟିମେୟଚାଟୁକାର ପଦାଧିକାରୀଙ୍କୁ ନେଇ ଦେଶରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଲା । ସେତେବେଳେ ରାଷ୍ଟ୍ରପତି ପତ୍ନୀଙ୍କର ୯୮ହଳ ଜୋତା ଏବଂ ଚପଲ ଥିଲା, ଯାହା ସୁନା ଓ ହୀରାରେ ଛାଉଣୀ ହୋଇଥିଲା । ସେହି ସମୟରେ ଫିଲିପାଇନ୍ସର ଜଣେ ନାଗରିକ ଏକ କିଲୋଚାଉଳ ପାଇଁ ଧାଡ଼ିରେ ୯ଘଣ୍ଟା ଠିଅ । ହେବାକୁ ପଡୁଥିଲା । ସାରା ଦେଶରେ ଲୋକଙ୍କ ଭିତରେ ହତ୍ୟା ହଣାକଟାଠାରୁ ଅ ।ରମ୍ଭ କରି ଅପରାଧମାନ ଘଟିଲା । ଏଭଳି ଏକ ପରିସ୍ଥିତିକୁ ଇଂରେଜୀରେ କୁହାଯାଏ, “ସୋସିଅ ।ଲ୍ କଣ୍ଟ୍ରାଷ୍ଟ୍ ବା ସାମାଜିକ ବୈଷମ୍ୟ) ମୁଷ୍ଟିମେୟ ଲୋକଙ୍କ ପାଖରେ ଅକଳନ୍ତି ସମ୍ପତ୍ତି ବଢିବାରୁ ପ୍ରାୟ ୯୦ ଭାଗ ଲୋକଙ୍କ କ୍ରୟ ଶକ୍ତି କମିଗଲା, ଯେଉଁଥିପାଇଁ ହିଂସାକାଣ୍ଡ ଘଟିଲା, ଲୁଟ୍ପାଟ୍ଚାଲିଲା ଏବଂ ଅବଶେଷରେ ମାର୍କ୍ସ ବାଧ୍ୟ ହୋଇ ଦେଶରେ ଅ ।ଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ।
ଉନ୍ନବିଂଶ ଶତାବ୍ଦୀରେ ବ୍ରିଟିଶ୍ ଶାସନଚାଲିଲା ଅ ।ମ ରାଜ୍ୟରେ । ଅବିଭକ୍ତ କଟକ ଜିଲ୍ଲାରେ ଜିଲ୍ଲାର ପ୍ରଶାସକ ତଥା କମିଶନର୍ ଥିଲେ ରେଭେନ୍ସା ସାହେବ । ସେତେବେଳେ ମହାନଦୀ ବାହାରେ ଥିବା ମଧ୍ୟପ୍ରଦେଶର ଅମରକଣ୍ଟକ ପାହାଡ଼ଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ମହାନଦୀର କୌଣସି ବନ୍ଧବାଡ଼ ନଥିଲା । ସେତେବେଳେ ଏମିତି ଅବସ୍ଥା ହେଲା, ଏକାଦିକ୍ରମେ ତିନିବର୍ଷ ମୌସୁମୀ ବାୟୁ ଅ ।ଗୁଅ । ପ୍ରବାହିତ ହେଲା । ଯାହାଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲା । ସେବର୍ଷ ପଶ୍ଚିମ ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କରେ ବନ୍ୟା ବିଭୀଷିକା ଦେଖାଦେଇ ଅକଳନ୍ତି ଧନ ଜୀବନ ଧ୍ୱଂସ ପାଇଲା । ମାତ୍ର ତଳମୁଣ୍ଡରେ ମହାନଦୀର ବନ୍ୟାଜଳକ ଅଟକାଇବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ସେ ଜଳ ସମୁଦ୍ରକୁଚାଲିଗଲା । ବନ୍ୟା ପାଣିଚାଲିଗଲା ପରେ ଜୁନ୍ ମାସରୁ ଅ ।ଉ ବର୍ଷା ହେଲା ନାହିଁ । ତେଣୁ ଉପକୂଳରେ ଅବସ୍ଥିତ ଅବିଭକ୍ତ କଟକ ଜିଲ୍ଲାରେ ଲଗାତାର ମରୁଡ଼ି ଦେଖାଦେଲା । ଖାଇବାକୁ ନ ପାଇ ଶହ ଶହ ଲୋକ ଜୀବନ ହରାଇଲେ । ଏହାକୁ ଲକ୍ଷ୍ୟ କରି ରେଭେନ୍ସା ସାହେବ ତାଙ୍କ ଅ ।ତ୍ମଜୀବନୀରେ ଲେଖିଛନ୍ତି, “ମୁଁ ଯଦି ମୋର ଅଧସ୍ତନ ଅଧିକାରୀମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ନ ରଖି ସାଧାରଣ ଲୋକଙ୍କ ସହିତ ସାମାନ୍ୟ ସଂପର୍କ ରଖିଥା’ନ୍ତି, ଏଭଳି ଅବସ୍ଥା ଉପୁଜି ନଥା’ନ୍ତା । ମୋର ଅଧସ୍ତନ ଅଧିକାରୀ ଓ ଅମଲାମାନେ ମୋତେ କହିଲେ ଯେ, ଜମିଦାରମାନଙ୍କ ଅମାରରେ ଏତେ ଖାଦ୍ୟ ଶସ୍ୟ ଅଛି, ତିନିବର୍ଷ ମରୁଡ଼ି ପଡ଼ିଲେ ମଧ୍ୟ ଖାଦ୍ୟଭାବ ଦେଖାଦେବ ନାହିଁ । ସେମାନଙ୍କ କଥାକୁ ବିଶ୍ୱାସ କରି ମୁଁ ବାହାର ରାଜ୍ୟରୁ ଖାଦ୍ୟଶସ୍ୟ ଅ ।ଣିଲି ନାହିଁ । ଫଳରେ ମୋ’ ଅ ।ଖି ସାମ୍ନାରେ ୧ଲକ୍ଷ ୩ହଜାର ଲୋକ ପୋକ ମାଛି ପରି ପଡ଼ି ମରିଗଲେ । ଏହି ଯନ୍ତ୍ରଣାକୁ ମୁଁ ମୃତ୍ୟୁ ପର୍ଯ୍ୟନ୍ତ ଭୁଲି ପାରିବି ନାହିଁ ।’ ଏଭଳି ଅ ।ତ୍ମଦହନ ସେତେବେଳର ରେଭେନ୍ସା ସାହେବ ବାହାର ରାଜ୍ୟରୁ ଖାଦ୍ୟ ଶସ୍ୟ ଅ ।ଣି ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ନଛତ୍ର ଖୋଲିଲେ । ଖ୍ରୀଷ୍ଟିଅ ।ନ୍ମାନେ ଅନ୍ନଛତ୍ର ଖୋଲିଥିବାରୁ ସେଠାରେ ଖାଇଲେ, ଛତରଖିଅ । ହୋଇଯିବେ ବୋଲି ଭାବି ଶୁଖି ଶୁଖି ମରିଗଲେ । ତଥାପି ଅନ୍ନଛତ୍ରକୁ ଗଲେ ନାହିଁ ।
ଅନାହାର, କ୍ଲିଷ୍ଟ ଓଡ଼ିଅ । ବିଶେଷକରି କୁଜଙ୍ଗ ରାଜ୍ୟର ବହୁ ଲୋକ ମଲେ କିନ୍ତୁ, ଅନ୍ନଛତ୍ରରେ ଖାଇବାକୁ ଗଲେ ନାହିଁ । ଅନୁତନ୍ତ ରେଭେନ୍ସା ସାହେବ ସେତେବେଳେଚାରିଟି କେନାଲ୍ ଖୋଳିଲେ । ସେଗୁଡ଼ିକ ହେଲା – ମାଛଗାଁ, ତାଳଦଣ୍ଡା, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା । ଏଇ କେନାଲ୍ଗୁଡ଼ିକର କୌଣସି ବ୍ରାଞ୍ଚ୍ କେନାଲ୍ ନଥିଲା । ମହାନଦୀର ଯୋବ୍ରାଠାରେ ଧୂ ଧୂ ବାଲି ଉପରେ ଗୋଟିଏ ସିମେଣ୍ଟ କଂକ୍ରିଟ୍ ଚଟାଣ କଲେ । ତା’ ଉପରେ ଅସ୍ଥାୟୀ ବ୍ୟାରେଜ୍ କଲେ । ବର୍ଷା ଦିନେ ସେ ବ୍ୟାରେଜ୍ର ପଟ୍ଟା ତଳପଟକୁ ଶୋଇପଡ଼େ । ଉଦ୍ଭୁତ ବର୍ଷା ଜଳଚାଲିଗଲା ପରେ ପଛ ପଟୁ ଲୁହା ତିଅ ।ରି ଖୁଣ୍ଟରେ ପଟ୍ଟାକୁ ଟେକି ଧରି ପାଣି ଅଟକାଯାଏ ଏବଂ ସେଇଥିରୁ କେନାଲ୍କୁ ପାଣି ଛଡ଼ାଯାଏ । ଏ କେନାଲ୍ ଖୋଳିବାର ପ୍ରଥମ ଉଦ୍ଦେଶ୍ୟ ଥିଲା, ମରୁଡ଼ି କ୍ଲିଷ୍ଟ ଲୋକଙ୍କୁ ମଜୁରୀ ଯୋଗାଇବା । ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା, ବନ୍ୟା ନିୟନ୍ତ୍ରଣ କରିବା । ମାଛଗାଁ କେନାଲର ଡାହାଣ ପଟ ବନ୍ଧ କାଠଯୋଡ଼ି ଓ ଦେବୀ ନଦୀର ବନ୍ୟାରୁ ଜଗତସିଂହପୁରକୁ ରକ୍ଷା କରେ । ସେହିଭଳି ତାଳଦଣ୍ଡା କେନାଲ୍ର ବାମପଟ ବନ୍ଧ ଜଗତସିଂହପୁର ଜିଲ୍ଲାକୁ ମହାନଦୀ ବନ୍ୟାରୁ ରକ୍ଷା କରିଥାଏ ଏବଂ କେନାଲ୍ ନିର୍ମାଣର ତୃତୀୟ ଉଦ୍ଦେଶ୍ୟ ଥିଲା ପରିବହନ । କାରଣ ସେତେବେଳେ ରାସ୍ତାଘାଟ ନଥିଲା । ସମୁଦ୍ର କୂଳରୁ ହୁଲି ଡଙ୍ଗା, ମୋଟର ଲଞ୍ଚ୍ରେ କଟକ ଯିବା ଅ ।ସିବା କରିବା ଏବଂ ଚତୁର୍ଥ ଉଦ୍ଦେଶ୍ୟ ହେଉଛି ଜଳସେଚନ । ସେଥିପାଇଁ ଏହି କେନାଲ ଖୋଳାଯାଇଥିଲା ।
ଇତିହାସର ଏହି ଉପରୋକ୍ତ ଘଟଣାଗୁଡ଼ିକୁ ସ୍ଥିରଚିତ୍ରରେ ଚିନ୍ତା କଲେ, ଅ ।ମେ ଓଡ଼ିଶାରେ କିଭଳି ରହିଛନ୍ତି, ଅମଲା କିଭଳି କାର୍ଯ୍ୟ କରୁଛନ୍ତି, ନିର୍ଦ୍ଦିଷ୍ଟ ଅଧିକାରୀ କିଭଳି କାର୍ଯ୍ୟ କରୁଛନ୍ତି ତାଙ୍କଚାରିପଟରେଚାଟୁକାରମାନେ କିଭଳି ସ୍ୱାର୍ଥସାଧନ କରୁଛନ୍ତି,ଚାଲନ୍ତୁ ତା’ରି ଉପରେ ଅନୁଶୀଳନ କରିବା ।
524 Views