Sat. Mar 7th, 2026

ଶବ ସତ୍କାର କରି ଫେରିଲା ବେଳେ ଦୁର୍ଘଟଣା

173 Views

ରାଉରକେଲା : ଶବ ସତ୍କାର କରି ଘରକୁ ଫେରୁଥିଲେ, ହେଲେ ଦୁର୍ଘଟଣାରେ ନିଜେ ଆଖି ବୁଜିଲେ। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ। ମୃତକଙ୍କ ନାଁ ଦୀପ କୁମାର ଖେସ।

ସୂଚନାଅନୁସାରେ, ଗତକାଲି ରାତିରେ କୁଆରମୁଣ୍ଡା ଅଞ୍ଚଳର ସାତ ଜଣ ବ୍ୟକ୍ତି ସମ୍ପର୍କୀୟଙ୍କ ଶବ ସତ୍କାର କରି ଏକ ସ୍କର୍ପିଓରେ ଘରକୁ ଫେରୁଥିଲେ। ଏହି ସମୟରେ କାଲସେରିଆ ନିକଟରେ ତାଙ୍କ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୭ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଆଜି ଭୋରରୁ ଦୀପ କୁମାର ଖେସ୍‌ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗୁରୁତର ଦୁଇ ଜଣଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉନ୍ତି। ପୁଲିସ୍‌ ଘଟଣା ତଦନ୍ତ ଆରମ୍ଭ କରିଛି।

By amfnews

Related Post