Mon. Apr 21st, 2025

ଶବାନା ଆଜମୀଙ୍କ କାର ଡ୍ରାଇଭରଙ୍କ ନାଁରେ ଏଫଆଇଆର୍‌

By amfnews Jan 19, 2020 #Featured
134 Views

ମୁମ୍ବାଇ: ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣା ପାଇଁ ତାଙ୍କ ଡ୍ରାଇଭର ହିଁ ଦାୟୀ। ସେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଶବାନାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ଏଥିପାଇଁ ପୁଲିସ ନିକଟରେ ତାଙ୍କ ଡ୍ରାଇଭରଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

ଶବାନାଙ୍କ ଡ୍ରାଇଭରଙ୍କ ନାଁ ଅମଲେଶ ଯୋଗେନ୍ଦ୍ର କାମାତ ବୋଲି ଜଣାପଡ଼ିଛି। ଅମଲେଶଙ୍କ ନାଁରେ ପ୍ରଥମେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକ ଡ୍ରାଇଭର ରାଜେଶ ପଣ୍ଡୁରାଙ୍ଗ ସିନ୍ଧେ ଅଭିଯୋଗ କରିଥିଲେ। ଅମଲେଶ ଦ୍ରୁତଗତିରେ ଆସି ଟ୍ରକ୍‌ର ପଛପଟୁ ହିଁ ଏହାକୁ ଧକ୍କା ଦେଇଥିଲେ। ବେପରୁଆ ଗାଡ଼ି ଚାଳନା ଯୋଗୁ ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଏଭଳି ଦୁର୍ଘଟଣା ଘଟିଲା ବୋଲି ସିନ୍ଧେ ଏଫଆଇଆର କପିରେ ଉଲ୍ଲେଖ କରିଛନ୍ତି।

ଗତକାଲି ଅପରାହ୍ଣ ୩.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଶବାନା ଆଜମୀଙ୍କୁ ତୁରନ୍ତ ଏମଜିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶବାନା ଅନ୍ଧେରୀରେ ଥିବା କୋକିଳବେନ ମଲଟି ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ମୁଣ୍ଡ ଓ ବ୍ୟାକ ବୋନରେ ଆଘାତ ଲାଗିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

By amfnews

Related Post