Sun. Jan 12th, 2025

ଲୋକାଲ ଟ୍ରେନ୍‌ରେ ଯାତ୍ରୀଙ୍କ ଭିଡ଼, ମୁମ୍ବାଇରେ ପୁଣି କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

By amfnews Feb 13, 2021 #Featured
134 Views

ମୁମ୍ବାଇ, ଫେବୃଆରୀ ୧୩ : କରୋନାକୁ ହରାଇବା ଲାଗି ଭାରତରେ ଟିକାକରଣ ପ୍ରକ୍ରିୟା ଗତମାସ ଠାରୁ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ମୁମ୍ବାଇରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ପୁଣି ଥରେ ବଢ଼ିବାରେ ଲାଗିଛି । ଏଥି ପାଇଁ ଲୋକାଲ ଟ୍ରେନ ଚଳାଚଳକୁ ଦାୟୀ କରାଯାଉଛି । କାରଣ ଫେବ୍ରୁଆରୀ ୧ ତାରିଖରେ ଲୋକୋଲ ଟ୍ରେନ ଚଳାଚଳ କରିବା ଦ୍ୱାରା ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି । ଫେବ୍ରୁଆରୀ ୧ ତାରିଖରେ ମୁମ୍ବାଇରେ ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଫେବ୍ରୁଆରୀ ୧୦ ତାରିଖରେ ଏହି ସଂଖ୍ୟା ୫୫୮କୁ ପହଂଚି ସାରିଥିଲା । ମାତ୍ର ୯ ଦିନରେ ୭୦ ପ୍ରତିଶତ କରୋନା ସଂକ୍ରମିତ ବୃଦ୍ଧି ପାଇଥିବାରୁ ବିଏମ୍‌ସିର ଚିନ୍ତା ବଢ଼ିଯାଇଛି । 

ବିଏମ୍‌ସିର ଅତିରିକ୍ତ ଆୟୁକ୍ତ ସୁରେଶ କାକାନୀ କହିଛନ୍ତି ଯେ, ଆମେ ସ୍ଥିତି ଉପରେ ନଜର ରଖିଛୁ । ଆସନ୍ତା ୧୦ରୁ ୧୨ ଦିନ ଯାଏଁ ଏହାରି ଉପରେ ଅଧିକ ନଜର ରଖିବାକୁ ହେବ । ମୁମ୍ବାଇରେ ଜାନୁଆରୀ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୪୦୦ରୁ ୬୦୦ ମଧ୍ୟରେ ରହୁଥିଲା । ଜାନୁଆରୀ ୧ ତାରିଖରେ ୬୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ମାସର ଶେଷ ଦିନରେ ୪୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସରେ ମୁମ୍ବାଇରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏପ୍ରିଲ ଓ ମେ’ ମାସରେ ୱାର୍ଲି ଓ ଧାରାବୀ କରୋନାର ହଟସ୍ପଟ ଥିଲା । ସେହି ସମୟରେ ମୁମ୍ବାଇରେ ଦିନକୁ ୨୬୦୦ କରୋନା ପଜିଟିଭ ଚିହ୍ନଟ ହେଉଥିଲେ ।  

By amfnews

Related Post