Sat. Dec 28th, 2024

ଲୋକସଭା ନିର୍ବାଚନ ଲଢିବେ ନାହିଁ ରଜନିକାନ୍ତ, ପ୍ରଚାରରେ ଫଟୋ ବ୍ୟବହାରକୁ ନା

By amfnews Feb 17, 2019 #Featured
186 Views

ତାମିଲନାଡୁ, ଫେବୃଆରୀ ୧୭ : ଦକ୍ଷିଣ ଭାରତ ଚଳଚିତ୍ରର ସୁପରଷ୍ଟାର ରଜନିକାନ୍ତ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଏହାସହ ତାଙ୍କ ଦଳ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ । ଏପରି କି ତାଙ୍କ ଫଟୋକୁ ପ୍ରଚାରରେ ବ୍ୟବହାର ନ କରିବା ପାଇଁ ସେ ଚେତାବନୀ ଦେଇଛନ୍ତି ।
View image on Twitter

Rajinikanth in a statement has stated that his party or he will not be contesting in the Lok Sabha elections 2019. Also, he has mentioned that his photo or party symbol should strictly not be used for any propaganda. (File pic

ରଜନ୍ତିକାନ୍ତ କହିଛନ୍ତି ଯେ, ତାମିଲନାଡୁର ମୁଖ୍ୟ ସମସ୍ୟା ହେଉଛି ପାଣି । ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟବାସୀ ସେହି ଦଳକୁ ଭୋଟ ଦିଅନ୍ତୁ ଯିଏ କି ରାଜ୍ୟରେ ପାଣିର ସମସ୍ୟାକୁ ଦୂର କରିପାରିବ । ରାଜନୀତିରେ ପ୍ରବେଶ କରିବା ପରଠାରୁ ରଜନିକାନ୍ତ ଅନେକ ପ୍ରସଙ୍ଗକୁ ନେଇ ତାମିଲନାଡୁବାସୀଙ୍କ ନିକଟକୁ ଯାଇଛନ୍ତି ।

ଡିସେମ୍ବର ୩୧, ୨୦୧୭ରେ ସେ ରାଜନୀତିରେ ସାମିଲ ହେବା ପଇଁ ନିଜ ଇଚ୍ଛା ଜାହିର କରିଥିଲେ । ସେ ନିଜେ କୌଣସୀ ରାଜନୈତିକ ଦଳ ଗଠନ କରି ନଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନେଇ ଗଠିତ କ୍ଲବକୁ ରଜନୀ ମକ୍କଳ ମନ୍ଦ୍ରମରେ ବଦଳାଇ ଦେଇଥିଲେ । ଏହା ଏପରି ଏକ ସଂଗଠନ ଯାହା ଲୋକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବ । ଏବଂ ନିର୍ବାଚନ ପଖେଇ ଆସିଲେ ରାଜନୈତିକ ଦଳର ରୂପ ନେବ । କିନ୍ତୁ ଗତକାଲି ରଜନିକାନ୍ତ ନିର୍ବାଚନରେ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଏପରି କି ତାଙ୍କ ଫଟୋକୁ ପ୍ରଚାରରେ ବ୍ୟବହାର କରିବା ପାଇଁ ମନା କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି ।

By amfnews

Related Post