107 Views
ନୂଆଦିଲ୍ଲୀ: ଏନଡିଏର ସହଯୋଗୀ ଦଳ ଜେଡି (ୟୁ)ର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ସାଧୁତା ଓ ଭଲ ଗୁଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଲଗାତାର ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ସମସ୍ତଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ଏଥର ଲୋକସଭା ନିର୍ବାଚନ ସାଧୁତା ଓ ସ୍ୱଚ୍ଛତାର ସହ ହେଉ। ଏହାକୁ ଆଖି ଆଗରେ ରଖି ଜେଡି(ୟୁ) ପକ୍ଷରୁ ବିହାରର ରାଜଧାନୀ ପାଟନାଠାରେ ଏକ ନୂଆ ପୋଷ୍ଟର ଲଞ୍ଚ କରାଯାଇଛି। ଏଥିରେ ଲେଖାଅଛି ‘ସଚ୍ଚା ହେ, ଆଚ୍ଛା ହେ,ଚଲୋ ନୀତିଶ କେ ସାଥ୍।’ ତା’ତଳକୁ ‘ସଂକଳ୍ପ ହମାରା ଏନଡିଏ ଦୋବାରା ବୋଲି ବି ଅବଶ୍ୟ ଲେଖା ଅଛି, ମାତ୍ର ତାହା ଛୋଟ ଅକ୍ଷରରେ ଲେଖା ଅଛି।