208 Views
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି |ରାଜସ୍ଥାନର କୋଟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଓମ ବିର୍ଲା ଲୋକସଭାର ନୂଆ ବାଚସ୍ପତି ହେବେ | ଲୋକସଭା ବାଚସ୍ପତିଙ୍କ ନାମ ଘୋଷଣା ହେବା ପରେ ଏହାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି |
ତେବେ ଏଥର ଲୋକସଭାର ଦାୟିତ୍ୱ କିଏ ସମ୍ଭାଳିବେ ତାହା ସ୍ପଷ୍ଟ ହୋଇଯାଇଛି | ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓମ ବିର୍ଲା ଆଜି ନାମାଙ୍କନ ଦାଖଲ କରିବେ | ବୁଧବାର ଏହାକୁ ନେଇ ନିର୍ବାଚନ ହେବ | ତେବେ ଏନଡିଏ ପାଖରେ ବହୁମତ ଥିବାରୁ ଲୋକସଭା ବାଚସ୍ପତି ବିର୍ଲା ହିଁ ହେବେ ତାହା ସ୍ପଷ୍ଟ ହୋଇଯାଇଛି |
