Sat. Nov 2nd, 2024

ଲୋକମାନେ ଆମର ପ୍ରଭୁ, ସେମାନେ ହିଁ ଶାସନର କେନ୍ଦ୍ରବିନ୍ଦୁ: ମୁଖ୍ୟମନ୍ତ୍ରୀ

By amfnews Jan 17, 2020 #Featured
114 Views

ଭୁବନେଶ୍ୱର : “ଲୋକମାନେ ଆମର ପ୍ରଭୁ, ସେମାନେ ହିଁ ଶାସନର କେନ୍ଦ୍ରବିନ୍ଦୁ। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ” । ଭୁବନେଶ୍ୱରରେ ଲୋକସେବା ଭବନ ପରିସରରେ ଆୟୋଜିତ ସମ୍ମିଳନୀରେ ଏପରି ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି,  “ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି । ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି । ତେଣୁ ସେମାନଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ।”

ଲୋକମାନେ ଗଣତନ୍ତ୍ରର ମୂଳାଧାର ହୋଇଥିବାରୁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦେବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସେ ଉପସ୍ଥିତ ମନ୍ତ୍ରୀ ଓ ଅଫିସରଙ୍କୁ ଶପଥ ପାଠ କରାଇଥିଲେ। ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ବରିଷ୍ଠ ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେଉଛି ।

By amfnews

Related Post