Sat. Nov 23rd, 2024
110 Views

ନୂଆଦିଲ୍ଲୀ, ଅଗଷ୍ଟ ୦୭ : ଲେବାନନର ରାଜଧାନୀ ବିରୁଟରେ ୨ ଦିନ ପୂର୍ବରୁ ହୋଇଥିବା ବିସ୍ଫୋରଣ ଘଟଣାରେ ବନ୍ଦରର ୧୬ ଜଣ କର୍ମଚାରୀ ଅଟକ ଅଛନ୍ତି । ନ୍ୟାସନାଲ ନ୍ୟୁଜ ଏଜେନ୍ସି ସେନା ଅଦାଲତର ନ୍ୟାୟାଧୀଶଙ୍କ ଗଭର୍ଣ୍ଣମେଣ୍ଟ କମିଶନର ଫଦୀ ଅକୀକୀଙ୍କ ସୂତ୍ରରୁ ଗୁରୁବାର ରିପୋର୍ଟ କରିଛି ଯେ, ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଏହି ଘଟଣା ବାବଦରେ ପଚାରାଉଚରା କରାଯାଇଛି । ଏମାନେ ସମସ୍ତେ ବନ୍ଦର ଓ ସୀମା ଶୁଲ୍କ ବିଭାଗର କର୍ମଚାରୀ । ଅକୀକୀ କହିଛନ୍ତି, ମଙ୍ଗଳବାର ହୋଇଥିବା ବିସ୍ଫୋରଣ ପରେ ତଦନ୍ତ ଆରମ୍ଭ ହୋଇଯାଇଛି । ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । 

ଲେବାନନରେ ହୋଇଥିବା ବିସ୍ଫୋରଣରେ ୫ ଜଣ ଭାରତୀୟ ସାମାନ୍ୟ ଆହତ ହୋଇଛନ୍ତି ବୋଲି କହିଛି ଭାରତର ବିଦେଶ ମନ୍ତ୍ରାଳୟ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଲେବାନନର ଭାରତୀୟ ଦୂତାବାସର ଟୁଇଟ ଅନୁସାରେ ଭାରତୀୟ ସଂପ୍ରଦାୟର ଲୋକଙ୍କର କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । କେବଳ ୫ ଜଣ ଲୋକଙ୍କୁ ଛୋଟ ଆଘାତ ଲାଗିଛି । ସେ କହିଛନ୍ତି, ଆମର ଦୂତାବାସ ଏଠାକାର ଭାରତୀୟ ସଂପ୍ରଦାୟର ଲୋକଙ୍କ ସହିତ ଲଗାତାର ସଂପର୍କ ରଖିଛନ୍ତି । ଏଥି ସହିତ ଯଦି କୌଣସି ସହଯୋଗ ଦରକାର, ତାହେଲେ ଏହା ଦିଆଯିବ ।

ଏଥି ସହିତ ଭାରତ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ଲେବାନନକୁ ସହଯୋଗ ଦିଆଯିବ । ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଲେବାନନ ସରକାରଙ୍କୁ ବିସ୍ଫୋରଣ ସଂପର୍କରେ ବିସ୍ତୃତ ବିବରଣୀ ମାଗିଛି । ଏହି ରିପୋର୍ଟ ଆଧାରରେ ନିର୍ଦ୍ଧାରଣ କରାଯିବ ଯେ, ଲେବାନନକୁ କେତେ ପରିମାଣରେ ସହାୟତା ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଲେବାନନର ରାଜଧାନୀ ବିରୁଟ ହୋଇଥିବା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ବିସ୍ଫୋରଣରେ ୫୦୦୦ ଲୋକ ଆହତ ହୋଇଛନ୍ତି ।

By amfnews

Related Post