Sun. Apr 20th, 2025

ଲେବର ଟେନାମେଣ୍ଟରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

By amfnews Nov 25, 2018 #Featured
275 Views

ରାଉରକେଲା, ୨୫ା୧୧ : ଲେବର ଟେନାମେଣ୍ଟସ୍ଥିତ ୟଙ୍ଗ ଷ୍ଟାର ୟୁଥ ଆସୋସିଏସନ୍ ପକ୍ଷରୁ ଗତକାଲି ସଂଧ୍ୟାରେ କମ୍ୟୁନିଟି ସେଣ୍ଟର ସମ୍ମୁଖ ପଡିଆରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଶିଳ୍ପପତି ଉଦୟ ପଟେଲ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ୍ ସେନାପତି, ବିଜେଡି ରାଜ୍ୟ ସଂପାଦକ ବିଭୁତି ଭୂଷଣ ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ଓଡିଶାର ପ୍ରାଚୀନ ପାରମ୍ପରିକ ନୈବାଣିଜ୍ୟ କିପରି ଅର୍ଥନୈତିକ ବିକାଶରେ ସହାୟକ ହୋଇଥିଲା, ତାହା ବର୍ଣ୍ଣନା କରିଥିଲେ । ଜାତିର ଇତିହାସକୁ ରୋମନ୍ଥନ କଲେ ଏହା ସମାଜ ବିକାଶରେ ସହାୟକ ହୋଇଥାଏ ବୋଲି କିହବା ସହ ଉକ୍ରଳୀୟ ପରମ୍ପରାକୁ ବଜାଇ ରଖିବାକୁ ଉତ୍ସବ ପାଳନ କରିଥିବାରୁ ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ସୈଭାଗ୍ୟ ଦାସ (ସିପୁନ) ସଭାପତିତ୍ୱ କରିଥିଲେ । ଉପସଭାପତି ଆଦିତ୍ୟ ଧଳ, ସାଧାରଣ ସଂପାଦକ ଶୁଭ୍ରଜିତ୍ ସାମଲ (ଭିକି), ଯୁଗ୍ମ ସଂପାଦକ ରାଜ କିଶୋର ବେହେରା, କୋଷାଧ୍ୟକ୍ଷ ପ୍ରକାଶ କୁମାର ବାଘ, ପର୍ଶୁରାମ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଉପଦେଷ୍ଟା ସଞ୍ଜୁ ସାମଲ, ପୁପା ସିଂ, ଶରତ ମିଶ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଟକରୁ ଆସିଥିବା କେ.କେ. ମ୍ୟୁଜିକାଲ ୱେଭର ସୁପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଯଥା ଅଂଶୁମାନ ନାୟକ, ମୌସୁମୀ ଆଚାର୍ଯ୍ୟ, ଅନ୍ତରିକ୍ଷା ପ୍ରମୁଖ ସୁମଧୁର ଗୀତମାନ ପରିବେଷଣ କରିଥିଲେ । ମଳୟ ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ଦର୍ଶକ ସଂଗୀତର ଆନନ୍ଦ ଉପଭୋଗ କରିଥିଲେ ।

By amfnews

Related Post