Sat. Mar 7th, 2026

ଲୁଟ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଅପରାଧୀ ପକେଟରେ ଫୁଟିଲା ବୋମା

202 Views

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ରାଇକିଆ ଥାନା ଗୋଚ୍ଛାପଲ୍ଲୀ ଜଙ୍ଗଲୀ ରାସ୍ତାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଲୁଟ କରି ଫେରାର ହେଉଥିବାବେଳେ ଅପରାଧୀ ପକେଟରେ ବୋମା ଫୁଟି ଯିବାରୁ ଅଧା ରାସ୍ତାରେ ତାର ପ୍ରାଣବାୟୁ ଉଡି ଯାଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଲୁଟେରା ଜଣଙ୍କ ଲୁଟ କରି ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଉକ୍ତ ଲୁଟେରାକୁ ପୁଲିସ ଧରିବା ପାଇଁ ପିଛା କରିଥିଲା। ଧରା ପଡିଯିବା ଭୟରେ ପ୍ରାଣ ବିକଳରେ ପୁଲିସ ଉପରକୁ ଏକ ବୋମା ଫିଙ୍ଗି ଜୋରରେ ବାଇକରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ଲୁଟେରା। ହେଲେ ଅଧା ରାସ୍ତାରେ ବାଇକ୍‌ ସ୍ଲିପ କରିବାରୁ ଲୁଟେରା ତଳେ ପଡି ଯାଇଥିଲା। ଆଉ ସେହି ସମୟରେ ଲୁଟେରା ପକେଟରେ ଥିବା ବେମୋ ତଳେ ମାଡ ହୋଇ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡି ଯାଇଥିଲା।

By amfnews

Related Post