Mon. Jun 9th, 2025

ଲୁଟେରା ଗିରଫ, ସୁନା ଚେନ୍‌ ଜବତ

By amfnews Apr 17, 2019 #Featured
232 Views

ଭୁବନେଶ୍ବର: ଛିନ୍‌ତାଇ ଓ ଚୋରି ମାମଲାରେ ଖଣ୍ଡଗିରି, କ୍ୟାପିଟାଲ ଓ ଲକ୍ଷ୍ମୀସାଗର ଥାନାରେ ମୋଷ୍ଟ ୱାଣ୍ଟେଡ୍‌ ଥିବା ଲୁଟେରାକୁ ଆଜି ଗିରଫ କରାଯାଇଛି। ସେ ହେଉଛି ଖଣ୍ଡଗିରି ଥାନା ଜାଗମରା ନୀଳାଦ୍ରି ନଗରର ଆୟୁଷ୍ମାନ ତ୍ରିପାଠୀ। ତା’ଠାରୁ ୧୬ ଗ୍ରାମ୍‌ ଓଜନର ଦୁଇଟି ସୁନା ଚେନ୍‌ ଓ ଏକ ବାଇକ୍‌ ଜବତ ହୋଇଛି। ଆୟୁଷ୍ମାନ ରାଜଧାନୀରେ ଛିନ୍‌ତାଇରେ ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗ୍‌ର ମୁଖ୍ୟ ବୋଲି ପୁଲିସ କହିଛି। ସେ ଲକ୍ଷ୍ମୀସାଗର ଥାନାର ଦୁଇଟି ମାମଲାରେ ସମ୍ପୃକ୍ତ ଥିବା ବେଳେ କ୍ୟାପିଟାଲ ଓ ଖଣ୍ଡଗିରି ଥାନାରେ ତା’ ନାମରେ ସର୍ବାଧିକ ମାମଲା ରହିଛି। ସହରର ଅନ୍ୟ ଥାନାମାନଙ୍କରେ ମଧ୍ୟ ତା’ ନାମରେ ଅନେକ ଛିନ୍‌ତାଇ ଓ ଚୋରି ମାମଲା ରହିଥିବା ପୁଲିସ ଜାଣିପାରିଛି। ତା’ ଠାରୁ ଅନ୍ୟ ଲୁଟେରାମାନଙ୍କ ସମ୍ବନ୍ଧରେ ମଧ୍ୟ ସୂଚନା ମିଳିଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ତା’ ଠାରୁ ମିଳିଥିବା ତଥ୍ୟ ବଳରେ ଅନ୍ୟ ଦୁଇଜଣ ଲୁଟେରାଙ୍କ ବାବଦରେ ସୁରାକ୍‌ ମିଳିଛି। ଖୁବ୍‌ଶୀଘ୍ର ‌ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

By amfnews

Related Post